ଗୁଲାଵ ବାତ୍ୟାର ଆଂଶିକ ପ୍ରଭାବରେ ମକାଚାଷୀ କ୍ଷତି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ସମ୍ଭାବ୍ୟ ଗୁଲାବ ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥଲା। ଗୁଲାବ ବାତ୍ୟାର ପ୍ରଭାବରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସେମିତି କିଛି ଆଖି ଦୁର୍ସିଆ କ୍ଷୟ କ୍ଷତି ହୋଇନଥିବା ଖବର ହସ୍ତଗତ ହୋଇଛି। ହେଲେ ବ୍ରାହ୍ମଣୀଗାଁ ଥାନ ଅଧିନସ୍ତ କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତ ଲମ୍ବକିଆରୀ ଗ୍ରାମର ମକା ଚାଷୀମାନେ ଗୁଲାବ ବାତ୍ୟାର ଆଂଶିକ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବାତ୍ୟାର ପ୍ରଭାବରେ ଏକର ଏକର ମକାଚାଷ କରିଥିବା ମକାଗଛ ସବୁ ଭୁଇଁରେ ଲୋଟିପଡିଥିବା ଜଣାପଡିଛି। ଖବର ନେବାରୁ ଜଣା ପଡିଛିଯେ ଲମ୍ବକିଆରୀ ଗ୍ରାମ ବାସୀ ମାନେ ଅତି କମରେ ପରିବାର ପିଛା ୧୦ରୁ୧୫ କି.ଗ୍ରା ମକା ବିହନ ବୁଣି ମକା ଚାଷ କରିଥିଲେ। ବାତ୍ୟାରେ ମକା ଗଛ ସବୁ ମାଟିରେ ଭାଙ୍ଗି ପଡ଼ିଥିବାରୁ ମକାଚାଷୀ ଇସାକ ଶବର, ବେନିୟାମ ଶବର, ଆନ୍ଦ୍ରିୟ ଶବର, ମାନୁଏଲ ମଣ୍ଡଳ, ମାର୍କ ବଡ଼ରଇତ, ମାର୍କ ଶବର, ସଇଦ୍ରକ ଶବର, ଏଲିଆଜର ମଣ୍ଡଳ, ରୁବେନ ମଣ୍ଡଳ ଓ ଇସମାଇଏଲ ଶବର ଏହି କ୍ଷତିରେ ଭାଙ୍ଗି ପଡିଥିବା ସୂଚନା ଦେଇଛନ୍ତି। ମକା ଚାଷକୁ ବ୍ରାହ୍ମୀଣିଗାଁ ଅଂଚଳରେ ଚାଷୀମାନେ ବର୍ତମାନ ଅର୍ଥକାରୀ ଫସଲ ଭାବେ ଗୁରୁତ୍ୱ ଦେଇ ଆସୁଥିବା ବେଳେ ବାତ୍ୟାର ପ୍ରଭାବରେ ମକା ଗଛ ସବୁ ମାଟିରେ ଲୋଟି ପଡ଼ିଥିବାରୁ ଚାଷୀକୁଳ ମୁଣ୍ଡରେ ହାତ ଦେଇଥିବା ଜଣାପଡିଛି। ଏହି ପରିସ୍ଥିତିରେ ଜିଲା ପ୍ରଶାସନ ମକା ଚାଷୀଙ୍କ କ୍ଷତିକୁ ଆକଳନ କରି କ୍ଷତି ପୂରଣ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ