ଚାଷୀଙ୍କୁ କୀଟନାଶକ ବିତରଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଂଚାୟତ କାର୍ଯ୍ୟାଳୟ ଠାରେ ଆଜି ବିହନ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସ୍ଥା ମନ୍ତ୍ର ବାସିନୀ ଏସଏଚଜି ପକ୍ଷରୁ ସମ୍ପାଦିକା ବାସନ୍ତୀ ପାଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରମିଳା ସାହୁ ଉଦଘାଟନ କରିଥିଲେ। କୃଷି ବିଭାଗ ଅଧିକାରୀ ଶିବନାରାୟଣ ପାଣି ଯୋଗଦେଇ ଧାନ ଚାଷରେ ବିହନ ବିଶୋଧନ ଉପକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଅନେକ ଚାଷୀ ଯୋଗଦେଇଥିବା ବେଳେ ସେମାନଙ୍କୁ ବିହନ ବିଶୋଧନ ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯିବା ସହ କୀଟନାଶକ ଔଷଧ ପ୍ରଦାନ କରାଯାଇଥିଲା। ତୈଲୋକ୍ୟ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।