ମୋହନାରେ ବିଶାଳ ଆଦିବାସୀ ରାଲି

ମୋହନା, (ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ଓ ରା,ଉଦୟଗିରି ଆଦିବାସୀ ଅଂଚଳବାସୀ ପ୍ରଜାଙ୍କୁ ଜମି ବଣ୍ଟନ କରିବା ସହ ତିବ୍ଦତୀୟ ଶରଣାର୍ଥୀ ଙ୍କ ଦୀର୍ଘମିଆଦି ଲିଜ୍ ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଦାବିରେ ମଙ୍ଗଳବାର ଆଦିବାସୀ ଅଧିକାର ମଞ୍ଚ ତରଫରୁ ଏକ ବିଶାଳ ଶାନ୍ତିପୂର୍ଣ୍ଣ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ,ଓଡିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରଇତ ହରିକୃଷ୍ନ ରେଡ୍ଡୀ(ଓଡ଼ିଶା କୃଷକ ସଭାର ଉପସଭାପତି), ଦାମୋଦର ରଇତ (୫ମ ଅନୁଛେଦ ଅଞ୍ଚଳର ସଭାପତି) ଏବଂ ଅନ୍ୟାନ୍ୟ ସୁରେନ୍ଦ୍ର ମଲିକ , ସନ୍ତୋଷ ପାଇକ, ତ୍ରିନାଥ ରଇତ, ସୁବାଷ ଶବର ଓ ହାଡିବନ୍ଧୁ ଦଳାଇ ଉକ୍ତ ରାଲିରେ ଯୋଗ ଦେଇଥିଲେ କହିଥିଲେ ଦେଶ ସ୍ୱାଧୀନ ହେବା ପରେ ୧୯୬୨ ମସିହାରେ ସରକାରୀ ଜମି ବନ୍ଦୋବସ୍ତ ଆଇନ ଗ୍ରହଣ କରାଗଲା। ଏହି ଆଇନ୍ ପ୍ରକାରେ ରାଜସ୍ଵ ଜମି ଭୂମିହୀନ ପ୍ରଜା ବିଶେଷ କରି ଆଦିବାସୀ ମାନଙ୍କୁ ସେମାନଙ୍କ ସଂଖ୍ୟା ଅନୁସାରେ ବଣ୍ଟନ କରିବା ପାଇଁ ନିର୍ଦେଶ ଦିଆ ଗଲା। ମାତ୍ର ସରକାରୀ ରାଜସ୍ୱ ଜମି ନାହିଁ କହି ଜମି ବଣ୍ଟା ଗଲା ନାହିଁ। ୨୦୦୬ ରେ ଜଙ୍ଗଲ ଆଇନ୍ ରେ ୪ ହେକ୍ଟର ପର‌୍ୟ୍ୟନ୍ତ ଜଙ୍ଗଲ ଜମି ଦଖଲ କରି ଆଦିବାସୀଙ୍କୁ ଦେବାପାଇଁ ନିର୍ଦେଶ ଦିଆଗଲା, ଆଦିବାସୀ ମାନେ ଆବେଦନ କରିବା ସତ୍ତ୍ୱେ ସେମାନଂକୁ ଦାଖଲ ଜଙ୍ଗଲ ଜମି ଦିଆ ଗଲା ନାହିଁ ଏପରିକି ୨୦୦୮ ମସିହାରେ ମୁଖ୍ୟ ଶାସନ ସଚିବ ଙ୍କ ଚିଠି ୨୩/୨୦୮/୫୧୬୦୭/ଆର୍ ଏଫ୍ ଡି. ଏ. ତା ୧୧.୧୨.୨୦୦୮ ରେ ଜଙ୍ଗଲ ଅଞ୍ଚଳରେ ଆଦିବାସୀ ମାନକୁ ଜମିର ଅଧିକାର ପ୍ରଦାନ କରିବା ନିର୍ଦେଶ କାର‌୍ୟ କାରୀ ହେଲା ନାହିଁ ତାହାର ପ୍ରତିବାଦରେ ଆଜି ଶାନ୍ତି ପୂର୍ଣ୍ଣ ଭାବେ ରାଲି କରାଯାଇଥିଲା ଏବଂ ତହସିଲ୍ କାର‌୍ୟ୍ୟାଳୟ ସମ୍ମୁଖରେ ବଂଶୀଧର ଖୁସଲା ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଉପସ୍ଥିତି ରେ ତାଙ୍କର ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ