ମା କନକଦୂର୍ଗାଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ

ନିମାପଡାତା, (ସନ୍ତୋଷ ଦାଶ) ଆଜି ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଚାରିଛକ ନିକଟସ୍ଥ ତୁଳସୀପୁର ବ୍ରାହ୍ମଣ ଶାସନରେ ପୂଜା ପାଇ ଆସୁଥିବା ମା କନକ ଦୂର୍ଗା ଙ୍କ ମନ୍ଦିର ରେ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ଆଜି ଠାରୁ ଶୁକ୍ଳପକ୍ଷ ନବମୀ ତିଥି ପର୍ଯ୍ୟନ୍ତ ମାଙ୍କ ମନ୍ଦିର ରେ ରୀତିନୀତି ଅନୁଯାୟୀ ଷୋଳପୂଜା ଅନୁଷ୍ଠିତ ହେବ ବୋଲି ପୂଜକ ପୂର୍ଣ୍ଣ ପାଣି ପ୍ରକାଶ କରିଛନ୍ତି। ପ୍ରତିଦିନ ଗ୍ରାମବାସୀ ଙ୍କ ପକ୍ଷରୁ ପାଳିକରି ମାଙ୍କ ନିକଟରେ ପାର୍ବଣ ପାଇଁ ଆମିଷ ଭୋଗ ଲାଗି କରାଯିବ। ଶୁକ୍ଳ ଅଷ୍ଟମୀ ତିଥିରେ ମା ଙ୍କୁ ସିଂହବାହିନୀ ବେଶ ରେ ସଜ୍ଜିତ କରାଯିବା ସହିତ ସେହିଦିନ ବିଳମ୍ବିତରାତିରେ କୁଷ୍ମାଣ୍ଡ ବଳି ଦିଆଯିବ। ପ୍ରତିଦିନ ପୀଠରେ ସପ୍ତସତୀ ଚଣ୍ଡୀପାଠ କରାଯିବ ବୋଲି ଗ୍ରାମର ସଭାପତି ବନବିହାରୀ ଦାଶ ସୂଚନା ଦେଇଛନ୍ତି । ଶାରଦୀୟ ପାର୍ବଣ ପୂଜା ପାଇଁ ତୁଳସୀପୁର ଗ୍ରାମ ଉତ୍ସବମୁଖର ହୋଇପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ