ଦାଦା ବଟି ମାଗି ଦୁଇ ଗିରଫ

ଗଂଜାମ, (ବିନୋଦ ପଲେଇ): ରମ୍ଭା ଥାନା ଅନ୍ତର୍ଗତ ଜି.ଗଣ୍ଡାପଲ୍ଲୀ ଜାତୀୟ ୧୬ ନମ୍ବର ରାଜପଥ ପାର୍ଶ୍ଵରେ ଥିବା ଚିଦାନନ୍ଦ ସ୍ୱାମୀ ପେଟ୍ରୋଲ ପମ୍ପର ଦୁଇ କର୍ମଚାରୀମାନଙ୍କୁ ଦାଦା ବଟି ମାଗିବା ଘଟଣାକୁ କେନ୍ଦ୍ର କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ରମ୍ଭା ପୋଲିସ । ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ଅରୁଣ ବେହେରା ଓ ରାଜେଶ ବେହେରା ହଠାତ ଆସି କାର୍ଯ୍ୟରତ କର୍ମଚାରୀ ସୁନୀଲ ବେହେରା ଓ ମହେଶ୍ୱର ବେହେରାଙ୍କୁ ୫୦୦୦ଟଙ୍କା ଦାଦା ବଟି ମାଗିଥିଲେ ।ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।ପାଟିତୁଣ୍ଡ ଶୁଣି ଭିତରେ ଥିବା ମ୍ୟାନେଜର ଏମ.ପୁରୁଷୋତ୍ତମ ରେଡ଼ି (୩୯) ଆସିବାରୁ ମଧ୍ୟ ମ୍ୟାନେଜରଙ୍କୁ ମାସିକ ଚାନ୍ଦା ଆକାରରେ ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ଆସି ପହଞ୍ଚିବାରୁ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।ମ୍ୟାନେଜର ଏମ.ପୁରୁଷୋତ୍ତମ ରେଡ଼ି ରମ୍ଭା ଥାନାରେ ଅଭିଯୋଗ କରିଲା ପରେ ରମ୍ଭା ପୋଲିସ କେଶ୍ ନଂ- ୪୪୭/୨୧ ମାମଲା ରୁଜ୍ଜୁ କରି ଦୁଇଜଣଙ୍କୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଥିବା ରମ୍ଭା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ