ମାନସିକ ସୁସ୍ଥତା ଓ ସାମାଜିକ ସହାବସ୍ଥାନ

ବିପିନ ବିହାରୀ ମହାନ୍ତି
ଶରୀର ଓ ମନ ଉଭୟର ସୁସ୍ଥତାକୁ ସ୍ୱାସ୍ଥ୍ୟ କୁହାଯାଏ । କୁହାଯାଏ : ସୁସ୍ଥ ଶରୀରରେ ସୁସ୍ଥ ମନଟିଏ ବାସକରେ । ଅନ୍ୟପକ୍ଷରେ ମାନସିକ ସୁସ୍ଥତା ନଥିଲେ ଶରୀର ଠିକ୍ ରୁହେ ନାହିଁ । ଚିନ୍ତାଗ୍ରସ୍ଥ ବା ଚାପଗ୍ରସ୍ଥ ଅଥବା କୌଣସି କାରଣବଶତଃ ବିକାର ବା ବିକୃତଶଗ୍ରସ୍ଥ ମାନସିକତା ହିଁ ମାନସିକ ଅସୁସ୍ଥତାର କାରଣ ଅଟେ । ଶରୀରିକ ସୁସ୍ଥତା ଅପେକ୍ଷା ମାନସିକ ସୁସ୍ଥତାର ଗୁରୁତ୍ୱବେଶୀ । ମାନସିକ ସୁସ୍ଥତା ଥିଲେ ମନ ଭଲ ରହେ । ଏହା ସମସ୍ତ କାର୍ଯ୍ୟ କରିବାକୁ ସାମର୍ଥ୍ୟ ଯୋଗାଏ ଏବଂ ସବୁକିଛି ଭଲ ପାଇବାକୁ ଶିଖାଏ । ମେଣ୍ଟାଲ ସ୍ୱାସ୍ଥ୍ୟ ସଂପର୍କରେ ୟୁ.ଏସ୍‌.ସର୍ଜନ ଜେନେରାଲ କୁହନ୍ତି (୧୯୯୯) । mental health is the sucessful performance of metal funcation, resulting in productive activities, fulfiling ralationaships with other people, and providing the abitily to adopt to change and cope with adversit. ଅନ୍ୟପକ୍ଷରେ ମାନସିକ ଅସୁସ୍ଥତା କହିଲେ ଏହା ମାନସିକ ସ୍ତରର ସବୁପ୍ରକାର ରୁଗ୍‌ଣର ବା ବିଶୃଙ୍ଖଳାକୁ ବୁଝାଏ । It collectively refers to all diagnosable mental disorders- health conditions characterized by alterations in thinking, mood or behaviour associated with distress or impaired functioningଏହି ସମସ୍ତ ରୋଗ, ମାନସିକ ଅସୁସ୍ଥତା ଏବଂ ଚିନ୍ତା ତଥା ଚାପର କାରଣ ହୋଇଥାଏ ।
୧. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(W.H.O) ଅନୁଯାୟୀ : Mental health includes, ‘subjective wellbeing, perceived self- efficasy, autonomy, competence,inter-generational dependance, and self-actualization of once intellectual and emotional potential, among others.”
ମାନସିକ ଅସୁସ୍ଥତା ବ୍ୟକ୍ତିଟିଏ ନିଜକୁ ନାନା ପ୍ରକାର ମାନସିକ ଚାପ ବା ଉତ୍ତେଜନା, ନିଃସଙ୍ଗତା, ଅବସନ୍ନତା, ଉଦ୍‌ବେଗତା, ଚିନ୍ତିକିତା, ସଂପର୍କ ଓ ସମସ୍ୟା, ଆପଣା ଲୋକର ମୃତ୍ୟୁଜନିତ ବ୍ୟାକୁଳତା, ଆତ୍ମହତ୍ୟା ସଂପର୍କିତ ଚିନ୍ତା, ଦୁଃଖ ନିଶାସକ୍ତତା, ଏଡ୍‌ଏଚ୍‌ଡି, ମାନସିକ ଅବସ୍ଥାରେ ଅସ୍ଥିରତା ଏବଂ ଏମିତି ଯେତେ ତଥା ଯେତେ ଅକ୍ଷମତାର ଶିକାର ହୁଏ । ଏସବୁରୁ ମୁକ୍ତି ପାଇଁ ଚିକିତ୍ସକ (ଥେରାପିଷ୍ଟସ), ମାନସିକ ରୋଗ ବିଶେଷଜ୍ଞ (ସାଇକିଆ ପ୍ରିଷ୍ଟସ୍‌), ମନସ୍ତତ୍ତ୍ୱବିତ୍ (ସାଇକୋ ଲୋଜିଷ୍ଟସ୍‌), ସାମାଜିକ କର୍ମୀ (ସୋସିଆଲ୍ ୱାର୍କର), ପେଶାଧାରୀ ସେବିକା(ନର୍ସ ପ୍ରାକ୍ଟିସନ୍‌ର) ବା ଡାକ୍ତରମାନଙ୍କ ସହଯୋଗ ନିଆଯାଇପାରେ ଏବଂ ଥେରାପି, ପରାମର୍ଶ ବା ଔଷଧ ସେବନ ଦ୍ୱାରା ଆୟତ୍ତ ଅଣାଯାଇପାରେ ।
ଦେଖାଯାଇଛି ଯେ ମାନସିକ ଅସୁସ୍ଥତା ରୋଗୀଙ୍କ ସଂଖ୍ୟା ଏବେ କ୍ୟାନସର, ମଧୁମେହ ବା ହୃଦ୍‌ରୋଗଙ୍କ ସଂଖ୍ୟା ଅପେକ୍ଷା ଦିନକୁ ଦିନ ଢ଼େର ବଢ଼ିଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଏ ପ୍ରକାର ରୋଗୀଙ୍କ ସଂଖ୍ୟା ପ୍ରାୟ ୨୬ ଶତାଂଶ, ବିଶେଷକରି ୧୮ ଏବଂ ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କ ସଂଖ୍ୟା ଅଧିକ । ପାଖାପାଖି ୬ ଶତାଂଶ ବୟସ୍କ ଲୋକ ମଧ୍ୟ ଏହାଦ୍ୱାରା ଆକ୍ରମିିତ ଅର୍ଥାତ୍ ପ୍ରତି ୧୭ ଜଣରେ ଜଣେ ମାନସିକ ବେମାରୀ ଥାଆନ୍ତି, ଏମାନଙ୍କ ମଧ୍ୟରୁ କ୍ୱଚିତ ଚିକିତ୍ସାର ସୁଯୋଗ ପାଇଥାନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନରୁ ଜଣାଯାଏ ଯେ ପାଖାପାଖି ବିଶ୍ୱ ଜନସଂଖ୍ୟାର ଅର୍ଦ୍ଧେକ ମାନସିକ ରୋଗାକ୍ରାନ୍ତ । ଏହାର ବହୁବିଧ କାରଣ ଅଛି । ତେବେ ଜଣେ ବ୍ୟକ୍ତି ନିଜସ୍ୱ କାରଣରୁ ଅଧିକାଂଶ ସମୟରେ ଏହାର ଶିକାର ହୋଇଥାଏ । ଏଠାରେ ସୂଚିତ କରାଯାଇପାରେ ଯେ ଜଣଙ୍କର ମାନସିକ ଅସୁସ୍ଥତା କେବଳ ତାହାକୁ ପ୍ରଭାବିତ କରିନଥାଏ । ତାସହିତ ତା ପରିବାର, ବନ୍ଧୁ ଓ ପରିବେଶକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ତା ଛୁଆମାନେ ମଧ୍ୟ ପ୍ରଭାବିତ ହୁଅନ୍ତି ଅଥାତ୍ ସେ ନିଜେ ନିଜର ଦୁଃଖର କାରଣ ପରିିବାରର, ସମାଜର ଏବଂ ସାମଗ୍ରିକ ଭାବେ ଏ ବିଶ୍ୱର ମଧ୍ୟ ଚିନ୍ତାର କାରଣ ଥାଏ ।
ମାନସିକ ରୋଗୀଟିର ପ୍ରଭାବ ଶିଶୁମାନଙ୍କ ଉପରେ ପଡ଼େ । ସାଧାରଣତଃ ଶିଶୁମାନଙ୍କ ମଧ୍ୟରେ ମାନସିକ ରୋଗୀ ପ୍ରାୟତଃ ନଥାନ୍ତି । ତେବେ ସିଜୋଫ୍ରେନିଆ ପରି କିଛି ମାନସିକ ରୋଗ ବଂଶଗତ ପ୍ରଭାବ ଥିବାରୁ ତାହା ସନ୍ତାନ ମାନଙ୍କ ଠାରେ ଦେଖାଯାଏ । ତେବେ ଗୋଟିଏ ଶିଶୁଠାରେ ମାନସିକ ଅସୁସ୍ଥତା ଦେଖାଗଲେ ଏଠାରେ ତା ପିତାମାତା ଓ ଆତ୍ମୀୟସ୍ୱଜ୍ଜ୍ୱନଙ୍କର ତା ପାଇଁ ସେମାନେ କଣ କରିବା ଉଚିିତ୍ ବା ଅନୁଚିତ୍ ବିଚାରିବା କଥା । ଦେଖିବା କଥା ଯେ ସେ ଯେମିତି ଏକ ବଂଚିତ ଶିଶୁ ନହେଉ । ଅନେକ ସମୟରେ ପିତାମାତା ନିଜ ଶିଶୁର ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରନ୍ତି । ଏଥିପାଇଁ ସେମାନଙ୍କର ଲାଳନପାଳନର ତରିକା ହିଁ ଦାୟୀ । ଯଦି କୌଣସି କାରଣରୁ ଶିଶୁଟି ତା ଶୈଶବରୁ ତା ପରିବାରରେ ନିଜକୁ ନିଃସଙ୍ଗତା ବା ନିରାପତ୍ତା ବା କୌଣସି ପ୍ରକାର ଅଭାବ ଅନୁଭବ କରେ ସେ ଏକ ମାନସିକ ଅସୁସ୍ଥତା ଦେଇ ନିଶ୍ଚୟ ଗତିକରେ । ସୁସ୍ଥ ମାନସିକତା ଅଭାବଗ୍ରସ୍ଥ ବ୍ୟକ୍ତିଟି ସମାଜ ସହିତ ଖାପ ଖୁଆଇପାରେନା । ଏପରିସ୍ଥଳେ ଆମେ ତା ସାହାଯ୍ୟରେ ଆସିବା ଉଚିତ୍ । କଥିତ ଅଛି : ମାନସିିକ ବିକାରଗ୍ରସ୍ତ ବ୍ୟକ୍ତିଟିଏ ସହ ବଂଚିବା ବଡ଼ କଷ୍ଟକର । ତେବେ ତା ପାଖଲୋକମାନେ ଅନ୍ତତଃ ଏ ଜୀବନକୁ ଟିକେ ସହଜ କରାଇବା ଉଚିତ୍ : Living with mental disorder is never easy, so it is always important to have people around him to make the days a little easier. ମାନସିକ ସୁସ୍ଥତା ସହ ସୁସ୍ଥ ବିଶ୍ୱଟିଏର କଳ୍ପନା କରି ୧୯୯୨ ମସିହା ଠାରୁ ପ୍ରତିବର୍ଷ ୧୦ ଅକ୍ଟୋବର ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହେଉଛି । ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଗଠନ ସହାୟତାରେ ୧୯୯୨ରେ ୧୫୦ରାଷ୍ଟ୍ରଙ୍କର ସର୍ବସମ୍ମତି କ୍ରମେ ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ସଚେତନତା ଉଦ୍ଦେଶ୍ୟରେ ଏ ଦିବସ ପାଳନର ଗୁରୁତ୍ୱ ନିଆଯାଇଛି । ବିଶ୍ୱାସ ପ୍ରତ୍ୟେକ ସଚେତନ ନାଗରିକ ଏହାର ତାତ୍ପର୍ଯ୍ୟ ଉପଲବ୍ଧି କରିବେ ଏବଂ ସେହି ଅନୁସାରେ ନିଜକୁ, ନିଜ ପରିବେଶ ଓ ପରିସ୍ଥିତିକୁ ନିୟନ୍ତ୍ରଣ କରିବେ । ସ୍ୱାସ୍ଥ୍ୟ ହିଁ ସଂପଦ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ