ମା’କନକ ଦୁର୍ଗାଙ୍କ ଷୋଡ଼ଶ ପୂଜାରମ୍ଭ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁର ପ୍ରସିଦ୍ଧ ଦେବୀପୀଠ ମା’ କନକ ଦୁର୍ଗାଙ୍କ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ପୂଜା ଵୁଧବାର ଠାରୁ ଆରମ୍ଭ ହୋଇଛି । ଏଥ୍ ନିମନ୍ତେ ହିଞ୍ଜିଳି ଉତ୍ସବମୁଖର ହୋଇପଡ଼ିଛି । ଷୋଡ଼ଶ ପର୍ବ ଉପଲକ୍ଷେ ମନ୍ଦିରକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଦଶହରା ପର୍ଯ୍ୟନ୍ତ ମା’ କନକ ଦୁର୍ଗା ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଷୋଡ଼ଶ ପୂଜା ଉପଲକ୍ଷେ ଦେବୀଙ୍କ ନିମନ୍ତେ ସ୍ବତନ୍ତ୍ର ପୂଜା ନୀତିକାନ୍ତି ଆୟୋଜନ କରାଯାଇଛି । ଵୁଧବାର ଭୋର ୪ଟାରୁ ସେବା, ୫ଟାରେ ମଙ୍ଗଳ ଆଳତି, ସାଢେ ୫ଟାରେ କାଠିଆ ସେବା ପରେ ଦେବୀଙ୍କ ପୁଜାର୍ଚ୍ଚନା, ଦିନ ୧୧ଟାରେ ଦେବୀଙ୍କ ମାର୍ଜନା ପରେ ଭୋଗ ଲାଗି ହୋଇଥିଲା । ଅପରାହ୍ନରେ ଦେବୀଙ୍କୁ ସୁନା ବେଶରେ ସଜ୍ଜିତ କରା ଯାଇଥିଲା । ସନ୍ଧ୍ୟାରେ ସାନ୍ଧ୍ୟ ଆଳତି ଓ ରାତି ୧୨ଟା ପରେ ପୁଣି ଦେବୀଙ୍କୁ ଭୋଗଲାଗିକରୁଥିବା ସନ୍ତୋଷ ମୁନି, ଶଙ୍କର ମୁନି, ଦେବେନ୍ଦ୍ର ମୁନି ଓ ବିଚିତ୍ର ମୁନି କହିଛନ୍ତି । ସେହିପରି ଷୋଡ଼ଶ ପର୍ବ ଉପଲକ୍ଷେ ମନ୍ଦିରରେ ସୂର୍ଯ୍ୟପୂଜା, ଅଭିଷେକ ଓ ସ୍ୱାସ୍ଥ୍ୟ ଆଳତି ହେବ ବୋଲି ଆଚାର୍ଯ୍ୟ ଶରତ ଚନ୍ଦ୍ର ତ୍ରିପାଠୀ, ଦୀପ୍ତିରଞ୍ଜନ ମହାପାତ୍ର ଓ ଶଙ୍କର୍ଷଣ ତ୍ରିପାଠୀ କହିଛନ୍ତି । ଷୋଡ଼ଶ ପୂଜା ଉପଲକ୍ଷେ ମନ୍ଦିରରେ ପ୍ରତ୍ୟେକ ଦିନ ଚଣ୍ଡୀ ପାଠ ସହ ଯଜ୍ଞ ନିମନ୍ତେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି ।ମୁଳାଷ୍ଟମି ଵୁଧଵାର୨୯/୯ ଠାରୁ ଆରମ୍ଭ ହୋଇ ଆସନ୍ତା ମାସ ୧୧ ତାରିଖ ପର୍ଯନ୍ତ ପର୍ବ ହେଵ ବୋଲି ମନ୍ଦିର କମିଟି ପକ୍ଷରୁ ସୁଚନା ।


