ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆଜି ହେଉଛି ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଜିଙ୍କ ପବିତ୍ର ଜନ୍ମ ଦିବସ । ଏହି ଅବସରରେ ଆଜି ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସହପ୍ରଧାନାଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସଂପାଦକ ତଥା ଓଡିଶା ହାଇକୋର୍ଟର ଆଇନଜୀବୀ ପଦ୍ମଚରଣ ସାହୁ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ସୁଶ୍ରୀ ସୁସ୍ଥିତା ଚୌଧୂରୀ, ସୁକାନ୍ତ କୁମାର ସାହୁ ମଞ୍ଚାସୀନ ଥିଲେ । ଆଚାର୍ଯ୍ୟ ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗଦେଇଥିଲେ ।