କରମଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ୪ ନମ୍ବର ଓ୍ବାର୍ଡ ଅନ୍ତର୍ଗତ କରମଙ୍ଗା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିରଞ୍ଚିନାରାୟଣ ଶତପଥୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ନିର୍ମଳା ସେଠୀ ପରିଚାଳନା କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୀବନୀ ଘଟଣାକ୍ରମକୁ ଫଟୋଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା । ଇଂରାଜୀ ଭାଷାରେ ବିଦ୍ୟାଳୟ ପାଠ୍ୟକ୍ରମରେ ସମୟ ରେଖାରେ ଗୁରୁତ୍ବ ଓ ଆବଶ୍ୟକତାକୁ ଏହି ଅବସରରେ ଚିତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ ମଲ୍ଲିକ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ