ପେଟ୍ରୋଲ, ଡ଼ିଜେଲକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରିବାକୁ ‘ପାର୍ଟି’ର ଦାବି
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଆଚ୍ଛା ଦିନର ପ୍ରତିଶ୍ରୁତି ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମହାଳାୟା’ ଭଳି ଏକ ଆଚ୍ଛାଦିନର ସୁଯୋଗ ନେଇ ଆଜି ପୁଣି ଦେଶର ସାଧାରଣ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଉପରେ ଦରଦାମ ବୃଦ୍ଧିର ବୋଝ ଲଦି ଦେଇଛନ୍ତି । ଆଜି ପେଟ୍ରୋଲ ୩୦ ପଇସା ମହାଙ୍ଗା ହୋଇଥିବା ବେଳେ ଡ଼ିଜେଲ ୩୫ ପାଇସା ମହଙ୍ଗା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୧୦୩ ଟଙ୍କା ୮୩ ପଇସାରେ ପହଞ୍ôଚ ଥିଲାବେଳେ ଡ଼ିଜେଲ ୯୯ ଟଙ୍କା ୭୨ ପଇସାରେ ପହଞ୍ôଚଛି । କିନ୍ତୁ ସେତିିକିରେ ଖାଉଟିଙ୍କୁ ଶୋଷଣ କରିବାର ଶୋଷ ମୋଦି ସରକାରଙ୍କ ମେଣ୍ଟିନାହିଁ । ଅଣ ସବ୍ସିଡ୍ଯୁକ୍ତ ରନ୍ଧନ ଗ୍ୟାସ୍ର ସିଲିଣ୍ଡର ପିଛା ଦାମ୍ ମଧ୍ୟ ୧୫ ଟଙ୍କା ବୃଦ୍ଧି ହୋଇ ଭୁବନେଶ୍ୱରରେ ୯୨୬ରେ ପହଞ୍ôଚଛି । ଏଠାରେ ଉଲ୍ଲେଖଥାଉକି, ବିଗତ ଏକବର୍ଷ ଭିତରେ ରନ୍ଧନ ଗ୍ୟାସ୍ ହାରାହାରି ୧୯୦ ଟଙ୍କା ବୃଦ୍ଧି ପାଇସାରିଛି ଏବଂ ସେହିଭଳି ପେଟ୍ରୋଲ ୧୮ଟଙ୍କା ୭୮ ପଇସା ଓ ଡ଼ିଜେଲ ୨୦ ଟଙ୍କା ୬ ପଇସା ବୃଦ୍ଧି ଘଟିଛି । କରୋନା ସଂକ୍ରମଣରେ ଭାରତବର୍ଷର ୧୫ ଲକ୍ଷ ଲୋକ ଜୀବିକା ହରାଇ ଥିବାବେଳେ ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁ ଚାଷୀମାନଙ୍କର ଚାଷବାସ ଉଜୁଡ଼ି ଯାଇଥିବା ବେଳେ ମୋଦି ସରକାରଙ୍କ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍ର ମୂଲ୍ୟ ବୃଦ୍ଧି ମହାଳୟା ଭେଟି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି । ପାର୍ଟିର ରାଜ୍ୟ କମିଟି ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତି ଜାରିକରି କହିଛନ୍ତି ଯେ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବିଜେପି ଓ ଏନ୍ଡ଼ିଏ ସରକାରଙ୍କ ପାଇଁ ଆଗାମୀ ଦିନରେ କବର ଖୋଳିବ । ପେଟ ଆଉ ଭୋକର ଜ୍ୱାଳା ଏବଂ ବେକାରୀର ଦୁଃଖ କେନ୍ଦ୍ର ସରକାରକୁ ଗାଦିଚ୍ୟୁତ କରିବ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି । ସମସ୍ତ ବାମ ଗଣତାନ୍ତ୍ରିକ ରାଜନୈତିକ ଦଳ ଓ ଶକ୍ତିସମୂହ ଏକାଠି ହୋଇ ସରକାରଙ୍କ ମନୋମୁଖୀ ଦରଦାମ ବୃଦ୍ଧି, ବେକାରୀ ବିରୋଧି ପଦକ୍ଷେପ ଏବଂ କୃଷକମାନଙ୍କ ଦାବି ପ୍ରତି ଅଣଦେଖା ବିରୁଦ୍ଧରେ ଦୁର୍ବାର ଗଣଆନ୍ଦୋଳନ ଗଢିତୋଳିବା ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ବିନମ୍ର ନିବେଦନ କରାଯାଇଛି । ମୁଦ୍ରାସ୍ଫିିତି, ଅଦ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଓ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସର କ୍ରମାଗତ ମୂଲ୍ୟ ବୃଦ୍ଧି ଦେଶର ୪୫କୋଟି ପରିବାର ପାଇଁ ଆହ୍ୱାନ ସୃଷ୍ଟି କରିଛି । କେନ୍ଦ୍ର ସରକାର ତୁରନ୍ତ ଏହି ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ନ ଆଣିଲେ ତେଲ ଉପରୁ ଉତ୍ପାଦନ ଶୁଳ୍କ କମାଇବା ପାଇଁ ଓ ରାଜ୍ୟ ସରକାରମାନେ ଭାଟ୍ କମାଇବା ପାଇଁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି । ତୁରନ୍ତ ପେଟ୍ରୋଲ ଓ ଡ଼ିଜେଲକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି । ଏହା ନହେଲେ ରାଜରାସ୍ତାରେ ଦଳ ପକ୍ଷରୁ ଦରଦାମ ବିରୁଦ୍ଧରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିବୃତ୍ତିରେ ସତର୍କ କରାଇ ଦେଇଛନ୍ତି ।