ସାମ୍ବାଦିକ ବିବେକାନନ୍ଦ ଦାସଙ୍କ ଅକାଳ ବିୟୋଗରେ ପ୍ରେସ୍ ଏକାଡ଼େମୀର ଶୋକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟର ଅନ୍ୟତମ ବରିଷ୍ଠ ସାମ୍ବାଦିକ, ପ୍ରାଚୀନ ଓଡ଼ିଆ ସାହିତ୍ୟର ସଂଗ୍ରାହକ ତଥା ‘ଜନତନ୍ତ୍ର’ର ସମ୍ପାଦକ ବିବେକାନନ୍ଦ ଦାସଙ୍କର ମହାମାରୀ କରୋନାରେ ପରଲୋକ ହେବା ପରିପ୍ରେକ୍ଷୀରେ ଓଡ଼ିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି । ଅଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ରାଜଧାନୀର ବହୁ ସାମ୍ବାଦିକଙ୍କ ସମେତ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ସମସ୍ତେ ସ୍ୱର୍ଗତଃ ଦାସଙ୍କ ସ୍ମୃତିଚାରଣ, ବ୍ୟକ୍ତିଗତ ସମ୍ପର୍କ ଏବଂ ସାମ୍ବାଦିକତା ଉପରେ ଆଲୋକାପତ କରିଥିଲେ । ଏଥିରେ ପ୍ରସନ୍ନ କୁମାର ନାୟକ, ବିବେକାନନ୍ଦ ଜେନା, ବିଜୟ କୁମାର ପଣ୍ଡା, ରମେଶ ଚନ୍ଦ୍ର ସ୍ୱାଇଁ, ବୈଷ୍ଣବ ଜେନା, ବଳରାମ ନନ୍ଦ, ଉମେଶ ସାମନ୍ତରାୟ, ଜୟଦେବ ବେହେରା, ବିଜୟ ପରିଡ଼ା, ଆଲୋକ ପଣ୍ଡା, ଆଲଫା ରାୟ, ସନତ ମିଶ୍ର, ଗାତୀଞ୍ଜଳି ଆଚାର୍ଯ୍ୟ, ଅବିନାଶ ମିଶ୍ର ଏବଂ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗଦାନ କରିଥିଲେ ।
ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।