ବିଦ୍ୟୁତ ଷ୍ଟ୍ରକ୍‌ଚର ସମ୍ମୁଖରେ ଦଧିବାବନପୁର ଗ୍ରାମବାସୀଙ୍କ ଧାରଣା

ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଦଧିବାନପୁର ଗ୍ରାମରେ ଦୁଇମାସ ହେଲା ବିଦ୍ୟୁତ ଟ୍ରାନସଫରମର ଅଚଳ ହୋଇ ପଡିଥିବା ବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ଟ୍ରାନସଫରମର ଲଗାଇବାରେ ବିଳମ୍ବ କରୁଥିବାରୁ ହିତାଧିକାରୀମାନେ ଛେନାପଦି ୧୧କେଭି ବିଦ୍ୟୁତ ଷ୍ଟ୍ରକ୍‌ଚର ସମ୍ମୁଖରେ ଧାରଣା ଦେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗତ ଦୁଇମାସ ହେଲା ଗାଁରେ ଲାଗିଥିବା ବିଦ୍ୟୁତ ଟ୍ରାନସଫରମର ଟି ଖରାପ ହୋଇଯାଇଛି । ଫଳରେ ଗାଁ ସାରା ଲୋକ ଅନ୍ଧାରରେ ରହୁଥିବାବେଳେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ନାନା ଅସୁବିଧା ଭୋଗୁଛନ୍ତି । ଏପରିକି ଲୋକମାନେ ମୋବାଇଲ ଟିଏ ଚାର୍ଜ କରିବାକୁ ବାହାର ଗାଁକୁ ଯାଉଛନ୍ତି । ଏହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗାଁକୁ ତିନିବର୍ଷ ହେଲା ବିଦ୍ୟୁତ ଯୋଗାଣ କରାଯାଇଥିଲେବି ବିପିଏଲ ହିତାଧିକାରୀଙ୍କୁ ଲାଇନ ବିଲ ଲଗାଯାଇ ନଥିଲା । ଟ୍ରନସଫରମର ଖରାପ ହେବାପରେ ବର୍ତ୍ତମାନ ବିଦ୍ୟୁତ ବିଭାଗ କର୍ତ୍ତପକ୍ଷ ସମସ୍ତ ହିତାଧିକାରୀଙ୍କୁ ବିଲ ଲଗାଇ ସମସ୍ତ ବକେୟା ବିଦ୍ୟୁତ ବିଲ ଦେବାକୁ କହୁଥିବାବେଳେ ହିତାଧିକାରୀମାନେ ଅଧା ବିଲନେଇ ବିଦ୍ୟୁତ ଯୋଗାଇ ଦେବାକୁ ଦାବି କରିଛନ୍ତି । ଗାଁର ୯୦ଭାଗ ଗରିବ ଶ୍ରେଣୀର ହୋଇଥିବାବେଳେ ବର୍ତ୍ତମାନ ସମୟରେ ସମସ୍ତ ବକେୟା ବିଲ ଦେବା ସମ୍ଭବପର ନୁହଁ ହେଉ ନଥିବାରୁ ସେମାନଙ୍କ ଠାରୁ ଅଧା ବକେୟା ବିଲ ଆଦାୟ କରି ବିଦ୍ୟୁତ ସଂଯୋଗ କରିବାକୁ ଆନ୍ଦୋଳନକାରୀମାନେ କହିଛନ୍ତି । ଏହାକୁନେଇ ଆଜିସକାଳୁ ସକାଳୁ ଗ୍ରାମର ବିଜୟ କୁମାର ଯେନା, ରଥ ଯେନା, ସନାତନ ଯେନା, ପ୍ରଦୀପ କୁମାର ଯେନା, ବୁଧଦେବ ଯେନା, ଛବିନ୍ଦ୍ର ଯେନା, ଛବିନ୍ଦ୍ର ଯେନା, ବାଙ୍କବିହାରୀ ଯେନା, ସନ୍ୟାସୀ ଯେନା, କାଳନ୍ଦୀ ଯେନା, ଯୋଗେନ୍ଦ୍ର ଯେନା, ନୃସିହଂ ଯେନା, ଶ୍ରୀଧର ଯେନା, ବାବୁଲି ଯେନା, ମହେଶ୍ୱର ଯେନା, ଶଙ୍କର୍ଷଣ ଯେନା, ମନୋଜ ଯେନା, ରାଜକିଶୋର ଯେନା, ନିରଞ୍ଜନ ଯେନା, ଆଲୋକ ଯେନା, ଭଗବାନ ଯେନା, ତରଣୀ ଯେନା, ଉଦୟ ଯେନା, ନାରାୟଣ ଯେନାଙ୍କ ସମେତ ଶତାଧିକ ହିତାଧିକାରୀ ବିଦ୍ୟୁତ ଷ୍ଟ୍ରକଚର ସମ୍ମୁଖରେ ଧାରଣା ଦେଇଥିଲେ । ଆନ୍ଦୋଳନ ଖବରପାଇ କନିଷ୍ଠଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡା ଆନ୍ଦୋଳନକାରୀଙ୍କୁ ଓରାଳି କାର୍ଯ୍ୟାଳୟକୁ ଡକାଇ ସେଠାରେ ସେମାନଙ୍କ ସହିତ ଆଲୋଚନା କରି ୧୦ଦିନ ଭିତରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବାପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ହଟିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ