ଯୋଗବେଦାନ୍ତ ସମିତି ପକ୍ଷରୁ ବୈଦିକ କାର୍ଯ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଦ୍ରକ ଶ୍ରୀ ଯୋଗବେଦାନ୍ତ ସେବା ସମିତି ପକ୍ଷରୁ ଆଶାରାମବାପୁଙ୍କ ୫୮ତମ ଆତ୍ମ ସାକ୍ଷାତ କାର ଦିବସ ଉପଲକ୍ଷେ ବୈଦିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ଆରମ୍ଭ ହୋଇଥିବା ବେଳେ ପରେ ପରେ ଗୁରୁବନ୍ଦନା, ଆଶା ରାମାୟଣ ପାଠ, ଭଜନ କୀର୍ତ୍ତନ ଓ ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବନ୍ତଛକ ଓ ଗୋ-ଶାଳା ଶନିମନ୍ଦିର ଛକ ଠାରେ ଅସହାୟ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା।ସମିତି ସଭାପତି ଦୈତାରି ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିତେନ୍ଦ୍ର କୁମାର ନାୟକ, ଅଶୋକ ମିଶ୍ର, ପବନ କୁମାର ନାୟକ, ଅମରିଷ ମହାନ୍ତି, ତପନ କୁମାର ଓଝା, ଜ୍ୟୋତିରଞ୍ଜନ ମହାନ୍ତି, ସଂଗୀତା ପଣ୍ଡା, ରମାକାନ୍ତ ତରାଇ, ଦୁର୍ଗା ରାମ, ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ