ବିବିସିସି ବ୍ୟାଙ୍କ ଠାରେ ସମନ୍ୱୟ ମେଳା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ବାଲେଶ୍ଵର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା କାର୍ଯ୍ୟାଳୟ ଠାରେ ବ୍ଲକ ଜୀବିକା ମିଶନ ପକ୍ଷରୁ ଏକ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶା ଜୀବିକା ମିଶନ ଭାରପ୍ରାପ୍ତ ଅଧିକାରୀ ସୁବ୍ରତ କୁମାର ପଣ୍ଡା, ସହକାରୀ ଶାଖା ପରିଚାଳକ ଧନୁର୍ଦ୍ଧର ସାହୁ, ବନିତା ଦଳାଇ ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କ ଆର୍ଥିକ ସଶକ୍ତି କରଣ ଉପରେ ବକ୍ତବ୍ୟ ଦେଇଥିଲେ। ସମନ୍ୱୟ ମେଳାରେ ପ୍ରାୟ ୧୦ଗୋଟି ଏସଏଚଜି ଗ୍ରୁପର ସଦସ୍ୟା ମାନେ ଯୋଗଦେଇଥିବା ବେଳେ ସେମାନଙ୍କୁ ଋଣ ମଞ୍ଜୁରୀ ପତ୍ର, ଜମା ଖାତା ଓ ଚେକ ପ୍ରଦାନ କରାଯାଇଥିଲା। ସହକାରୀ ଶାଖା ପରିଚାଳିକା ପ୍ରଜ୍ଞାପରମିତା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ବ୍ୟାଙ୍କ ମିତ୍ର ସ୍ବର୍ଣ୍ଣଲତା ସାହୁ, ସତ୍ୟ ନାରାୟଣ ପଲେଇ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ