ରାଇରଙ୍ଗପୁର ମଠ ମନ୍ଦିରରେ ରୁଦ୍ରାଭିଷେକ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): କରୋନା ମହାମାରୀ ଯୋଗୁଁ ଦିର୍ଘ ଦେଢ ବର୍ଷରୁ ଉର୍ଦ୍ଧ୍ବହେଲା ସାରା ମାନବ ସମାଜ ଦୁଖ କଷ୍ଟ ଭୟଭୀତରେ ଜୀବନ କାଳାତିପାତ କରୁଛି । ଚାରିଆଡେ ଅଶାନ୍ତ । ଏହାକୁ ନେଇ ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖା,ରାଇରଙ୍ଗପୁର ତରଫରୁ ସ୍ଥାନୀୟ ଅଁଳାଡୁବାର ମଠ ମନ୍ଦିର ପରିସରରେ ଥିବା କପିଳେଶ୍ବର ମନ୍ଦିରରେ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବ୍ରାହ୍ମଣ ଦେବବ୍ରତ ରଥଶର୍ମା,ପ୍ରସନ୍ନ ଷଡଙ୍ଗୀ,ମହେଶ ତ୍ରିପାଠୀ,ବିଜୟ ମିଶ୍ର,ରାଜକୁମାର ଦାସ ପ୍ରମୁଖ ପୂଜାର୍ଚନା କରିଥିଲେ । କର୍ତା ଭାଵେ ସତ୍ୟ ରଂଜନ ମହାପାତ୍ର ଏବଂ ତାଙ୍କ ସହଧର୍ମିଣୀ ଶୁଭଲକ୍ଷ୍ମୀ ପୂଜାନୁଷ୍ଠାନରେ ବସିଥିଲେ‌ ।ଦିନ ତମାମ ଶିବଙ୍କ ରୁଦ୍ରାଭିଷେକର ସମସ୍ତ ନୀତି କରାଯାଇଥିଲା ।ପରେ ହୋମ କରାଯାଇଥିଲା । ବହୁ ସଂଖ୍ୟାରେ ବ୍ରାହ୍ମଣ ମହାସଭାର ପରିବାର ଲୋକେ ‌ପୂଜାରେସାମିଲ ହୋଇଥିଲେ ।ଶିବଙ୍କ କୃପାରୁ କରୋନା ମହାମାରୀ ଦୂରେଇ ଯାଉ ଏବଂ ସମାଜର ମଙ୍ଗଳ ହେଉ ବୋଲି ପ୍ରାର୍ଥନା କରିଥିଲେ ।ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଅନୁଷ୍ଠାନ ତରଫରୁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ସମାଜର ମଙ୍ଗଳ ପାଇଁ ଓଡିଶା ରାଜ୍ୟ ମହାସଭା,ବାମନଘାଟୀ ଶାଖାର ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ