ମଣ୍ଡିରେ ଧାନ କିଣିବା ପାଇଁ ସେକ୍ରେଟାରୀ ଲାଞ୍ଚମାଗୁଥିବା ଅଭିଯୋଗ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଖରଷଣ୍ଢା ଗ୍ରାମର ମଣ୍ଡିରେ ଧାନ କିଣାକୁ ନେଇ ସେକ୍ରେଟାରୀଙ୍କ ବିରୋଧରେ ଲାଞ୍ଚ ମାଗିବା ଅଭିଯୋଗ ଆଣିଛନ୍ତି ଚାଷୀ । ଘଟଣାଟି ଏପରି ଯେ ଅଭିଯୋଗକାରୀ ଚାଷୀ କେ. ଶ୍ରୀଧର ଉକ୍ତ କାର୍ଯ୍ୟାଳୟର କାର୍ଯ୍ୟରତ ସେକ୍ରେଟାରୀ ରାଜେଶ କୁମାର ପରିଡାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଛନ୍ତି । ସେ କହିଥିଲେ ଯେ ସେକ୍ରେଟାରୀ ଜାଣିଶୁଣି ତାଙ୍କର ଜମିର କାଗଡ ପତ୍ରକୁ ଅଣଦେଖା କରିବା ସହ ୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ନେଇ ମଧ୍ୟ କହିଛନ୍ତି । ଅଭିଯୋଗ କର୍ତ୍ତା କେ.ଶ୍ରୀଧରଙ୍କ ଅଭିଯୋଗକୁ ସେକ୍ରେଟାରୀ ଶ୍ରୀ ପରିଡା ଖଣ୍ଡନ କରିଛନ୍ତି ।


