ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ପକ୍ଷରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟକ୍ରମ ରେ ଦଳୀୟ ନେତା ଓ କର୍ମୀ ମାନେ ଯୋଗ ଦେଇ ଶ୍ରମ ଦାନ କରିଆସୁଛନ୍ତି l ଏହା ସହ ବିଭିନ୍ନ ସ୍କୁଲ,କଲେଜ, ମେଡିକାଲ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଗୁଡିକୁ ସଫେଇ କାର୍ଯ୍ୟକ୍ରମ ଚାଲୁ ରହିଛି l ଏହି ପରିପ୍ରେକ୍ଷୀରେ ରବିବାର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ସଭାପତି ସୁରେଶ ପଣ୍ଡାଙ୍କ ତତ୍ୱାବଧାନ ରେ ସ୍ଥାନୀୟ ଷ୍ଟାଡିୟମ ପରିସର ସଫେଇ କରାଯାଇଛି l ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଶ୍ରମ ଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡୀ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଯୁବ ବିଜେଡି ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ବିଜୁ ଆଇନ ସାମ୍ମୁଖ୍ୟ ର ଆବାହକ ମୋନଜ କୁମାର ପାଢ଼ୀ, ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବିଜୁ ଆଇନ ସାମ୍ମୁଖ୍ୟ ର ଉପସଭାପତି ଅହିଭୂଷଣ ସାହୁ, ସିମାଞ୍ଚଳ ମହାପାତ୍ର, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, କାଳୀ ପ୍ରସାଦ ଦାସ, ଡମିନାଥ ସାହୁ, କୃଷ୍ଣ ବେହେରା, ଛାତ୍ର ବିଜେଡ଼ି ର ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓ, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ବି ରାଜିବାବୁ, ବାଦଲ କୁମାର ପାଣ୍ଡି , ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା, ପୂର୍ବତନ ସମିତିସଭ୍ୟ ସୁଶାନ୍ତ ସାହୁ,ପୂର୍ବତନ ସରପଞ୍ଚ ପଦିଆ ଦାସ,ବି. ଶ୍ରୀନିବାସଙ୍କ ସମେତ ବିଜୁ ଆଇନ ସାମ୍ମୁଖ୍ୟ ର ସମସ୍ତ ସଦସ୍ୟ ଓ ବିଜୁ ଜନତା ଦଳର ଦଳୀୟ ନେତା ଓ କର୍ମୀ ମାନେ ଏହି ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ