ପୁରିଜିଲ୍ଲା ସତ୍ୟସାଇ ସେବା ସଂଗଠନ ର ଜିଲ୍ଲା ସ୍ତରୀୟ ସେବା ଶିବିର
କୋଣାର୍କ, (ଗଣେଷ ବେହେରା):ଶ୍ରୀ ସତ୍ୟସାଇ ସେବା ସଙ୍ଘଠନ ପୁରିଜିଲ୍ଲା ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ସେବା ଶିବିର ଶକ୍ତି ପୀଠ ମାଆ ରାମଚଣ୍ଡୀ ଙ୍କ ନିକଟରେ ରବିବାର ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ନିକଟସ୍ତ ମାଆ ରାମଚଣ୍ଡୀ ପୀଠରେ ଏଣେ ତେଣେ ପଡିଥିବା ଅପରିଷ୍କାର ବର୍ଜବସ୍ତୁ କୁ ସଫା କରିବା ଉଦ୍ଧେଶ୍ୟରେ ଜିଲ୍ଲା ସ୍ତରୀୟ ସେବା ଶିବିର ମାନଙ୍କୁ ଡକାଯାଇ ଉକ୍ତ କାର୍ଯକୁ ସମାପନ କରାଯାଇଛି ।ଜିଲ୍ଲା ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର ଜ୍ୟୋତି ଆବାହାନ ପରେ ପରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସିବିରାର୍ଥୀ ମାନଙ୍କୁ୫ଭାଗରେ ବିଭକ୍ତ କରାଯାଇ ସେବାକାର୍ଯ୍ୟ କରାଯାଇଛି ।ପ୍ଲାଷ୍ଟିକ, ପଲିଥିନ ଆବର୍ଜନା ଗୁଡିକୁ ପୃଥକ ପୃଥକ ଭାବରେ ସଂଗୃହିତ କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସେବା ଆବାହକ ଶକ୍ତି ପ୍ରସନ୍ନ ଦାଶ, କୋଣାର୍କ ସତ୍ୟ ସାଇ ସେବା ସମିତି ର ଆବାହକ ବାମଦେବ ଆଲୁକ, ଯୁବ ସଂଯୋଜକ ପ୍ରକାଶ ପଟ୍ଟନାୟକ, ଶିବ ପ୍ରସାଦ ମୁଦୁଲି, କାଶୀନାଥ ନାୟକ, ବଂଶୀଧର ମହାପାତ୍ର, ରାମକୃଷ୍ଣ ମହାନ୍ତି, ଅରବିନ୍ଦ ସାହୁ, କେଦାର ଚନ୍ଦ୍ର ପରିଡ଼ା, ସଂଯୁକ୍ତା ପାତ୍ର, ପ୍ରମୁଖଙ୍କ ନେତୃତ୍ୱରେ ସେବାକାର୍ଯ ଅନୁଷ୍ଠିତ ହୋଇଥିଲା ।ରାମଚଣ୍ଡୀ ବ୍ୟବସାୟ ସଂଗଠନ, ରାମଚଣ୍ଡୀ ଥାନା, ରାମଚଣ୍ଡୀ ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ର ପ୍ରମୁଖ ସେବାୟତ ନିଯୋଗ ଙ୍କ ପକ୍ଷରୁ ସହଯୋଗ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ୍ତ ପରିଡା, ବିଚିତ୍ରା ନନ୍ଦ ଲେଙ୍କା, ଭାଗିରଥି କାଣ୍ଡି, ହରପ୍ରିୟା ହୋତା, ରଞ୍ଜିତ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।।


