୨ ଜନଔଷଧି କେନ୍ଦ୍ର ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ଛକ ଜନଔଷଧି କେନ୍ଦ୍ର ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ଶୁଭଙ୍କର ମହାପାତ୍ର ଏହାକୁ ଉଦଘାଟନ ସହ ଜନଔଷଧି କେନ୍ଦ୍ରର ସମାଜସେବା ମୂଳକ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଜନଔଷଧି କେନ୍ଦ୍ରର ମୁଖ୍ୟ ସୁରଞ୍ଜନ ଦାସମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଡାକ୍ତର ବିସି ସାମନ୍ତରାୟ ଓ ଡାକ୍ତର ବିଷ୍ଣୁପ୍ରିୟା ଦେ ଉପସ୍ଥିତ ରହି ରୋଗୀମାନଙ୍କୁ ପରୀକ୍ଷା ସହ ଆବଶ୍ୟକ ପରାମର୍ଶ ଓ ଔଷଧ ପ୍ରଦାନ କରିଥିଲେ । ଏହି ଅବସରରେ ୭୫ଜଣ ଅତି ବରିଷ୍ଠ ବ୍ୟକ୍ତିଙ୍କୁ ଫାଷ୍ଟ ଏଡ କିଟ ପ୍ରଦାନ କରାଯାଇଥିଲା । ଅଶ୍ୱିନୀ ସ, ସରୋଜ ମଲ୍ଲିକ, ଅଶୋକ ଗୋଛାୟତ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ପକ୍ଷରୁ ସୁନହଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଡାକ୍ତର ମମତା ସାହୁ, ଡାକ୍ତର ପିସି ଦାସ, ଡାକ୍ତର ଶଶୀ ରଥ ଓ ଡାକ୍ତର ଦୀନବନ୍ଧୁ ଦାସ ଏଡି ଶିବିରରେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରିଥିଲେ । ୭୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଆଶୁ ଚିକିତ୍ସା ସରଞ୍ଜାମ ପ୍ରଦାନ କରାଯାଇଥିଲା । ସୁନହଟ ଜନଔଷଧି କେନ୍ଦ୍ର ସତ୍ତ୍ୱାଧିକାରୀ ରାଜେଶ କୁମାର ଦାସ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।


