ବ୍ଳକ ସ୍ତରୀୟ ଅନଲାଇନ୍ ପ୍ଲାଟଫର୍ମରେ “ମୋ ନିବେଦନ”

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅନଲାଇନ ପ୍ଲାଟଫର୍ମରେ ଜନ ଅଭିଯୋଗର ପ୍ରତିକାର ବ୍ୟବସ୍ଥା”ମୋ ନିବେଦନ”।ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ପରିଚାଳିତ ୫ ଟି ସୂତ୍ରପାତ ଆଧାରରେ ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକାର ସାମାଜିକ ଅଭିଯୋଗର ସମୟାନୁବର୍ତ୍ତୀ ସମାଧାନ ବ୍ୟବସ୍ଥା ସ୍ୱରୂପ ଏକ ନୂତନ ପଦକ୍ଷେପକୁ ସର୍ବ ପ୍ରଥମେ ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମରେ”ମୋ ନିବେଦନ”ନାମରେ ଏକ ଜନଆଦୃତ ଅଭିଯୋଗର ପ୍ରତିକାର ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା। ପ୍ରଶାସନିକ ବ୍ୟବସ୍ଥା ସହ ତୃଣମୂଳ ସ୍ତରରେ ଏହାର ସଫଳତା ଓ ବାସ୍ତବତାକୁ ଉପଲବ୍ଧି କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଥରେ ସକରାତ୍ମକ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି।ଗତ ଜୁନ ୨୬ ତାରିଖରୁ ଜିଲ୍ଲାରେ ପ୍ରଥମ କରି ଅନଲାଇନ ପ୍ଲାଟଫର୍ମରେ ମୋ ନିବେଦନ ସେବାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ମାସର ପ୍ରତି ସୋମବାର ପଞ୍ଚାୟତ ସ୍ତରରେ ଏହି ଜନଆଦୃତ କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ସୋମବାର ୬ଷ୍ଠ ପର୍ଯ୍ୟାୟରେ ଏଡିଏମ ଲିନା କୁମାରୀ ଖେସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହିଞ୍ଜିଳି ବ୍ଳକର ସମସ୍ତ ୨୧ଟି ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ଅନ ଲାଇନରେ ମୋ ନିବେଦନ କାର୍ଯ୍ୟକ୍ରମ।ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସାମାଜିକ ନିରାପତ୍ତା,ଖାଦ୍ୟ ସୁରକ୍ଷା,ଆବାସ ଯୋଜନା,ମୁଖ୍ୟମନ୍ତ୍ରୀ ଙ୍କ ଆର୍ଥିକ ସହାୟତା ପାଣ୍ଠି ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ୧୫୭ ଜଣ ବ୍ୟକ୍ତି ଅନଲାଇନ ମାଧ୍ୟମରେ ମୋ ନିବେଦନ ରେ ଅଭିଯୋଗ ଦାଖଲ କରିଥିଲେ। ୫୧ଟି ଗ୍ରାମୀଣ ଆବାସ, ୧୩ଟି ସାମାଜିକ ନିରାପତ୍ତା, ୧୫ଟି ଉନ୍ନୟନ ପ୍ରକଳ୍ପ, ୧୫ଟି ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ୟାନ୍ୟ ବିଭିନ୍ନ ସମ୍ବନ୍ଧୀୟ ୬୩ଟି ସର୍ବମୋଟ ୧୫୭ଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ୩୨ଟି ଅଭିଯୋଗର ସମାଧାନ କରାଯାଇଥିଲା ଅବଶିଷ୍ଟ ଅଭିଯୋଗ ଗୁଡ଼ିକର କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ସୁବ୍ରତ କୁମାର ଜେନା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଭିନ୍ନ ବିଭାଗର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଅଂଶ ଗ୍ରହଣ କରିଥିଲେ । ବ୍ଳକ କାର୍ଯ୍ୟାଳୟରେଏବିଡ଼ିଓ ଅରୁଣ କୁମାର ପ୍ରଧାନ,ସାମାଜିକ ସୁରକ୍ଷା ଅଧିକାରୀ ସୁଶାନ୍ତ କୁମାର ମଲ୍ଲିକ, ସୁଜିତ କୁମାର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତରେ ସରପଞ୍ଚ, ପଞ୍ଚାୟତ ନିର୍ବାହ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ