ଗୁରାଣ୍ଡି ଥାନା ପକ୍ଷରୁ ଯାଞ୍ଚ,୧୫ହଜାର ଟଙ୍କାର ଜରିମାନା ଆଦାୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କାର୍ଯ୍ୟକ୍ରମ ଗତ କିଛି ଦିନ ହେଲା ଆରମ୍ଭ କରାଯାଉଛି । ବିଶେଷ କରି ଦୁଇଚକିଆ ଯାନରେ ୩ଜଣ ବସିଥିବା, ହେଲମେଟ ପରିଧାନ କରି ନ ଥିବା, କାରରେ ସିଟ୍ ବେଲ୍ଟ ପିନ୍ଧିନଥିବା ଏବଂ ମାସ୍କ ପରିଧାନ କରି ନ ଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବାର ଜଣାପଡିଛି । ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା କହିଛନ୍ତି, ଏହି ଯାଞ୍ଚରେ ଜରିମାନା ବାବଦରେ ମୋଟ ୧୫ହଜାର ଟଙ୍କା ଆଦାୟ ହୋଇଛି । ଏହା ସହ ସିଟ୍ ବେଲ୍ଟ ପିନ୍ଧିବା, ହେଲମେଟ ପରିଧାନ କରିବା, ଦୁଇଚକିଆ ଯାନରେ ୩ଜଣଙ୍କୁ ନ ବାସାଇବା ମାସ୍କ ପରିଧାନ କରିବା ଆଦି ନେଇ ମଧ୍ୟ ଗୁରାଣ୍ଡି ଥାନା ଅଞ୍ଚଳରେ ସଚେତନ କରାଯଉଥିବା ଲକ୍ଷ୍ୟ କରାଯାଇଛି ।