ଅଳଙ୍କାର ଦୋକାନରୁ ଲୁଟ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ବଜାରରେ ଆଜି ସକାଳ ପ୍ରାୟ ୯ଟା ସମୟରେ ଏକ ଅଳଙ୍କାର ଦୋକାନରୁ ଲୁଟେରା ମାନେ ରୂପା ଅଳଙ୍କାର ଲୁଟିନେଇଥିବା ଜଣାପଡିଛି । ସୂଚନା ଅନୁସାରେ ମଞ୍ଜୁରୀରୋଡ ବଜାରର ବ୍ୟବସାୟୀ କୁଳମଣୀ ସାହୁ ଆଜି ସକାଳୁ ଦୋକାନ ଖୋଲି ଡ୍ରରେ ଅଳଙ୍କାର ବ୍ୟାଗ ରଖିଥିଲେ । ପରେ ଦୋକାନ ପୂଜା ପାଇଁ ନିକଟ ନଳକୂପକୁ ପାଣି ଆଣିବା ପାଇଁ ଯାଇଥିବା ସମୟରେ ପଛରୁ ପିଛା କରୁଥିବା ଲୁଟେରାମାନେ ଦୋକାନ ଭିତରୁ ଅଳଙ୍କାର ବ୍ୟାଗଟିକୁ ନେଇଯାଇଥିଲେ । ବ୍ୟବସାୟୀ ଜଣକ ଦୋକାନକୁ ଆସି ଏହା ଜାଣିବାକୁ ପାଇଥିଲେ । ଏହି ବ୍ୟାଗଟିରେ ୨୦ଟି ପୁରୁଣା ଓ ନୂଆ ସୁନା ନାକଫୁଲ, ୩ରୁ୪କେଜି ନୂଆ ଓ ପୁରୁଣା ରୂପା ଅଳଙ୍କାର ଥିବା ସୂଚନା ମିଳିଛି । ଏନେଇ ବ୍ୟବସାୟୀ ଜଣକ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ସପ୍ତାହେ ପୂର୍ବରୁ ଠିକ ଏଭଳି ଏକ ଘଟଣା ମଞ୍ଜୁରୀରୋଡ ବଜାରର ଜଣେ ସୁନା ଦୋକାନୀଙ୍କ ଠାରୁ ଲୁଟ ହୋଇଥିଲା । ତେବେ ଦୋକାନୀ ଜଣକ ଥାନାରେ ଏନେଇ କୌଣସି ଅଭିଯୋଗ କରିନଥିବା ସୂଚନା ମିଳିଥିଲା । ମଞ୍ଜୁରୀରୋଡ ବଜାରରେ ଦିନକୁ ଦିନ ଚୋରଙ୍କର ପ୍ରାଦୁର୍ଭାବ ବଢୁଥିବାବେଳେ ପୁଲିସ ପକ୍ଷରୁ ପେଟ୍ରୋଲିଂକୁ କଡାକଡି କରିବାକୁ ବ୍ୟବସାୟୀ ମାନେ ମତଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ