କୃପାଳୁ ମହାରାଜଙ୍କ ଜନ୍ମବାର୍ଷିକ ଉତ୍ସବ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ମାଳଦା ରାଧାଗୋବିନ୍ଦ ଧାମ ଠାରେ ଜଗତଗୁରୁ କୃପାଳୁ ମହାରାଜଙ୍କ ଜନ୍ମବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଧାମ ପରିଚାଳକ ଶିକ୍ଷାବିତ ରାମଚନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ପ୍ରାତଃ ଆରତୀ, ଗୁରୁବନ୍ଦନା ସହିତ ଧାମରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ନେହଲତା ମହାନ୍ତି, ଭକ୍ତହରି ରାଉତ, କ୍ଷୀରୋଦ ଦାସ, ବିପିନ ଦାସ, ମନୋରଞ୍ଜନ ମହାନ୍ତି, ବାସନ୍ତୀ ଦାସ, ଚନ୍ଦ୍ରମଣି ନାୟକ, ଚତୁର୍ଭୁଜ ପରିଡା, ଗୋଲକ ପରିଡା, ହରେକୃଷ୍ଣ ପାଣିଗ୍ରାହୀ, ମାଣିକ ଜେନା, ଗୋପାଳ ପଣ୍ଡା, ବୃନ୍ଦାବନ ମହାନ୍ତି ପ୍ରମୁଖ ଯୋଗଦେଇ ଜଗତଗୁରୁଙ୍କ ପୂଜାର୍ଚ୍ଚନା କରିଥିଲେ ।


