ଗଜପତିରେ ୬୨ତମ ସହିଦ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ବେତାଗୁଡା ଠାରେ ଥିବା ପୋଲିସ ବେରାକରେ ଆଜି ୬୨ତମ ସହିଦ ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ଏସପି ଜୟରାମ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହିଦ ପତକା ଉତ୍ତୋଳନ କରି କାର୍ଯ୍ୟରତ ବେଳେ ସହିଦ ହୋଇଥିବା ଅମର ସହିଦ ଜବାନମାନଙ୍କୁ ସହିଦସ୍ତମ୍ଭ ଠାରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ସହିଦ ଦିବସରେ ଗଜପତି ଏଏସପି ବାମଦେବ ସିଂ,ଡିଏସପି ରାମକୃଷ୍ଣ ପତି ଓ ରାଜକିଶୋର ଦାସ,ହୋମ୍ଗାର୍ଡ ଆରଆଇ ସତ୍ୟକାନ୍ତ ମୋନରଞ୍ଜନ ଜେନା,ପାରଳା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ସମେତ ସମସ୍ତ ପୋଲିସ ପଦାଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ ।


