କ୍ଷତ୍ରିୟବରପୁର କଲେଜ୍ ରେ ନବପଲ୍ଲବ ଉତ୍ସବ ; ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) : ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆଜି ରାଜ୍ୟରେ ଖୋଲିଛି ଏକାଦଶ ଶ୍ରେଣୀ I ଏହି ଅବସରରେ ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ନବପଲ୍ଲବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷ ବି. ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନୁଷ୍ଠାନ ତରଫରୁ ଏକାଦଶ ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କୁ ଫୁଲ,ଚନ୍ଦନ, ସ୍ୱାଗତ କାର୍ଡ ସହିତ ମିଷ୍ଟାନ୍ନ ଦେଇ ସ୍ୱାଗତ କରାଯାଇଥିଲା | ଏହି ଅବସରରେ ନବାଗତଙ୍କୁ କଲେଜର ଇତିହାସ,ଶୈକ୍ଷିକ ବାତାବରଣ, ଶୃଙ୍ଖଳା, ପରୀକ୍ଷା ପଦ୍ଧତି ପ୍ରମୁଖ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଥିଲା | ନବାଗତଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରାଧ୍ୟାପକ କପିଳ ସାହୁ,ବିବେକାନନ୍ଦ କର,ପ୍ରକାଶ ଚନ୍ଦ୍ର ଆଳତିୟା, ଗଙ୍ଗାଧର ଦାଶ ,କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ସଞ୍ଜୟ ସାହୁ, ସିମାଞ୍ଚଳ ମହାନ୍ତି, ଦିପୁ ଭୁୟାଁ, ଅଧ୍ୟାପିକା ପିଙ୍କି ପଲାଇ, ସ୍ନିଗ୍ଧାରାଣୀ ଗୌଡ଼, ବିଜୟଲକ୍ଷ୍ମୀ ପାଢୀ,ସୁଶାନ୍ତ କୁମାର ପ୍ରମୁଖ ଲେଙ୍କା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଯୁବ ରେଡ଼କ୍ରସ୍ ସ୍ଵେଚ୍ଛାସେବୀ ପୂଜାରାଣୀ ପ୍ରଧାନ, ଗୁଣାମ୍ବରି ଲେଙ୍କା,ତପସ୍ୱିନୀ ଜେନା, ଚାନ୍ଦିନୀ ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ | ସାଂସ୍କୃତିକ ବିଭାଗ ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ | କର୍ଯ୍ୟକ୍ରମ ଶେଷରେ ଯୁବ ରେଡ଼କ୍ରସ୍ ଗ୍ରୀନ୍ ଆର୍ମି ତରଫରୁ ନବାଗତଙ୍କୁ ନିମ୍ବ ଚାରା ବଣ୍ଟନ କରାଯାଇଥିଲା I ମହାବିଦ୍ୟାଳୟ ପରିସରରେ ପ୍ରଥମ କରି ପାଦଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ