ଗୋଲିଆରେ ବିଜୁ ଗ୍ରାମୀଣ ବଜାର ଗୃହ ଉଦଘାଟନ ଓ ସଫେଇ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଅକ୍ଟୋବର ୨୩ ତାରିଖ ପୂର୍ବାହ୍ନରେ ବିଜୁ ଗ୍ରାମୀଣ ବଜାର ଗୃହ ଉଗଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ଯୋଗ ଦେଇ ବିଜୁ ଗ୍ରାମୀଣ ବଜାର ଗୃହ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମୀ ସେନାପତି, ଏବଂ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ସହକାରୀ ଯନ୍ତ୍ରୀ ଇଂ. ଗୋପାଳ କୃଷ୍ଣ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଗୋଲିଆ ପଞ୍ଚାୟତ ସରପଞ୍ଚ ମନୋରମା ପ୍ରଧାନ ଓ ପିଇଓ ପ୍ରମୋଦ ଚନ୍ଦ୍ର ସେଠୀ ଯୋଗଦେଇଥିଲେ। ବଜାର ଗୃହ ଉଦଘାଟନୀ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼ ଯୋଗଦେଇଥିଲେ ମଧ୍ୟ ବଜାର ଗୃହ ନିର୍ମାଣ ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାଙ୍କୁ ଜଣା ନଥିବା ପ୍ରକାଶ କରିଥିଲେ। ଏଥିସହ ଗୋଲିଆ ଗ୍ରାମରେ “ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସେନାପତି, ଉପାଧ୍ୟକ୍ଷ ଶ୍ରୀ ସ୍ବାଇଁ, ସହକାରୀ ଯନ୍ତ୍ରୀ ଶ୍ରୀ ଗୌଡ଼, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନାୟକ, ଗୋଲିଆ ସରପଞ୍ଚ ଶ୍ରୀମତୀ ପ୍ରଧାନ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ମାନସ ରଞ୍ଜନ ପ୍ରଧାନ, ଦଣ୍ଡପାଣି ସ୍ବାଇଁ, ବସନ୍ତ କୁମାର ସାହୁ, ସୁଶାନ୍ତ କୁମାର ପ୍ରଧାନ, ତପନ କୁମାର ସାହୁ, ପବିତ୍ର କୁମାର ପ୍ରଧାନ ପ୍ରମୁଖଙ୍କ ସମେତ ୱାର୍ଡ ସଭ୍ୟ/ସଭ୍ୟା ଓ ଗ୍ରାମବାସୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ, ପ୍ଲାଷ୍ଟିକ ଦ୍ୱାରା କିପରି ପରିବେଶ ପ୍ରଦୂଷଣ ହେଉଛି ଓ ପଶୁ ପକ୍ଷୀ ମାନଙ୍କ ଉପରେ କିପରି କୁପ୍ରଭାବ ପଡୁଛି ସେହି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ