କୋଣାର୍କ ନାଟ୍ୟ ମଣ୍ଡପ ଠାରେ କୁମାର ଉତ୍ସବ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ପଦ୍ମଶ୍ରୀ ସ୍ବର୍ଗତଗୁରୁ ଗଂଗାଧର ପ୍ରଧାନଙ୍କ ମାନସ ସନ୍ତାନ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ କୋଭିଡ କଟକଣା ମଧ୍ୟରେ କୁମାର ଉତ୍ସବ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ କୁମାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ନାଟ୍ୟମଣ୍ଡପର ସଭାପତି ରମଣୀ ରଞ୍ଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶୋଭନୀୟ ଶିକ୍ଷାଶ୍ରମର ସ୍ବର୍ଗତ ଅଧ୍ୟକ୍ଷା ରୁକ୍ମଣୀ ଦେବୀ ଓ ପଦ୍ମବିଭୂଷଣ ସ୍ବର୍ଗତଗୁରୁ ରଘୁନାଥ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଚଉରା ବନ୍ଦନା, ଜହ୍ନରାତି ଓ ସୁନ୍ଦର ମୋ ଜନ୍ମଭୂମି ଶିଳ୍ପୀ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା । ପରେପରେ ପରିବେଷିତ ଓଡିଶୀ ମଗଂଳାଚରଣ, ବସନ୍ତ ପଲ୍ଲବୀ ଓ ନବଦୁର୍ଗା ନାଟ୍ୟମଣ୍ଡପ ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଶେଷରେ ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶା ମୋ ଓଡ଼ିଶା ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଗୁରୁ ଲିଙ୍ଗରାଜ ସ୍ବାଇଁ, ନୟନୀ ନାୟକ ଓ କୁମାର ଟୁବୁଲା ଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଓଡିଶୀନୃତ୍ୟ ତଥା ଉଦଘୋଷିକା ସିନ୍ଧୁ ବ୍ରାଉନଙ୍କ ଦ୍ବାରା ରଚିତ ଶିଶୁ ପିଲାମାନଙ୍କ ଶିକ୍ଷା ଉପାଦେୟତା ସମ୍ବନ୍ଧୀୟ ପୁସ୍ତକର ଉନ୍ମୋଚନ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ କୋଣାର୍କ ନାଟ୍ୟ ମଣ୍ଡପର ଯୁଗ୍ମସଂପାଦକ ଗୁରୁପଦ ବଲିଆର ସିଂ, ସଂପାଦକ ଶିବାଶିଷ ପ୍ରଧାନ, ଉପସଭାପତି ପ୍ରସନ୍ନ ବେଉରିଆ, ବରିଷ୍ଠ ଗୁରୁ ଜୟକୃଷ୍ଣ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଶ୍ବଜିତ ବଳିଆର ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ