ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

ଘଟଗାଁ, (ନାରାୟଣ ପଲେଇ):କେନ୍ଦୁଝର ଜିଲ୍ଲାର ଜଣେ ଦୁଃସାହାସୀ ତଥା ଟାଣୁଆ ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ଯୋଗଶ ପଣ୍ଡାଙ୍କୁ ଆଜି ରାଜ୍ୟସ୍ତରରେ ପୁରସ୍କ୍ରୁତ କରାଯାଇଛି | ଯଦ୍ବାରା ତାଙ୍କୁ ସାରା କେନ୍ଦୁଝର ଜିଲ୍ଲା ତଥା ସାରା ରାଜ୍ୟର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି | ସମ୍ପୁର୍ଣ୍ଣ ଖବର ଅନୁଯାୟୀ ଆଜି ଚବିଶି ଘଂଟିଆ ସାଟେଲାଇଟ୍ ଓଡିଆ ନ୍ୟୁଜ୍ ଚ୍ୟାନେଲ୍ ବଡ ଖବରର ପ୍ରଥମ ବାର୍ଷିକୋତ୍ସବ ଭୁବନେଶ୍ବର ସ୍ଥିର ସ୍ବସ୍ତି ପ୍ରିମିୟମ୍ ହୋଟେଲ୍ ରେ ଅନୁଷ୍ଠିତ ହୋଇଯାଇଛି | ବଡ ଖବରର ଏହି ପ୍ରଥମ ସ୍ବନକ୍ଷତ୍ର ରେ କେନ୍ଦୁଝର ଜିଲ୍ଲାର ଅନନ୍ୟ ଦୁଃସାହାସୀ, ନିରପେକ୍ଷ ସାମ୍ବାଦିକ ଏବଂ ବଡ ଖବର ଚ୍ୟାନେଲ୍ ର କେନ୍ଦୁଝର ଜିଲ୍ଲାର ସ୍ବତନ୍ତ୍ର ପ୍ରତିନିଧି ଭାବରେ କାର୍ଯ୍ୟରତ ଥିବା ଶ୍ରୀଯୁକ୍ତ ଯୋଗେଶ ପଣ୍ଡାଙ୍କୁ ବଡ ଖବର ଚ୍ୟାନେଲ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି | ଯିଏକି ସଦାସର୍ବଦା ସମାଜର ସକଳ ଦୋଷ, ଦୁର୍ବଳତାକୁ ଲୋକଲୋଚନକୁ ଆଣିବା ସହିତ ସମାଜର ସୁଖ, ଶାନ୍ତି ଓ ସମ୍ରୁଦ୍ଧି ପାଇଁ ନିରନ୍ତର ଅଗ୍ନିପଥରେ ପାଦ ଦେଇ ସମ୍ବାଦ ସଂଗ୍ରହ, ପରିବେଷଣ ଜନମତ ସ୍ରୁଷ୍ଠିରେ ସେ ରଚନାତ୍ମକ ଭୂମିକା ନିର୍ବାହ କରିଆସୁଛନ୍ତି | ତା ସହିତ ସେ ବିଗତ ଦିନରେ ଘଟଗାଁ ଅଂଚଳ ପ୍ରତି ତାଙ୍କର ନିରପେକ୍ଷ ସାମ୍ବାଦିକତା ପାଇଁ ସେ ସାରା ଜିଲ୍ଲାରେ ବେଶ ଜଣାଶୁଣା | ସେ କେବେ କୌଣସି ଅନ୍ୟାୟପଥେ ମୁଣ୍ଡ ନୁଆଇଁ ନାହାନ୍ତି, ସବୁବେଳେ ଅନ୍ୟାୟକୁ ବିରୋଧ କରି ଲୋକମାନଙ୍କ ହକ୍ ପାଇଁ ସାମ୍ବାଦିକତା କରିଥାନ୍ତି | ତାଙ୍କ ନିରପେକ୍ଷ ସାମ୍ବାଦିକତା ପାଇଁ ଆଜି ସେ ରାଜ୍ୟସ୍ତରରେ ପୁରସ୍କ୍ରୁତ ହୋଇଛନ୍ତି | ତେବେ ଏହି ବଡ ଖବରର ପ୍ରଥମ ସ୍ବନକ୍ଷତ୍ର ଉତ୍ସବରେ ସେ ସମ୍ମାନୀତ ହୋଇଥିବାରୁ | ସାରା କେନ୍ଦୁଝର ତଥା ସାରା ରାଜ୍ୟରୁ ଶୁଭେଚ୍ଛାର ସୁଅ ଛୋଟୁଛି | ତେବେ ଏହି ପ୍ରଥମ ବାର୍ଷିକୋତ୍ସବରେ ରାଜ୍ୟର ରାଜ୍ୟପାଳ ମହାମହିମ ଶ୍ରୀଯୁକ୍ତ ଗଣେଶି ଲାଲ୍, ବରିଷ୍ଟ ସ୍ତମ୍ଭ ଲେଖକ ତଥା ସାମ୍ବାଦିକ/ପଲିଟିକ୍ସ ଆନାଲିଷ୍ଟ ଶ୍ରୀଯୁକ୍ତ ରସିଦ୍ ଖିଡଓ୍ବାଇ, ସମ୍ବାଦ ପେପର୍ ଏଡିଟର୍ ଶ୍ରୀଯୁକ୍ତ ସୌମ୍ୟରଞନ ପଟ୍ଟନାୟକ, ପୁର୍ବତନ ୟୁନ୍ଅନ୍ ମିନିଷ୍ଟର ଶ୍ରୀକାନ୍ତ ଜେନା, ପୂର୍ବତନ ଚିଫ୍ ସେକ୍ରେଟାରୀ ସହଦେବ ସାହୁ, ବରିଷ୍ଟ ସାମ୍ବାଦିକ ଅରୁଣ ପଣ୍ଡା, ଆଡଭୋକେଟ୍ ଜନ୍ମେଜୟ ରଏ, ଜଟଣି ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର୍ ରାଉତରାୟ, କାବୁ ଦାସ୍ ଅତିଥି ଭାବେ ଯୋଗ ଦେଇଥିଲେ | ତେବେ ବଡ ଖବର ଚ୍ୟାନେଲ୍ ର ପ୍ରଥମ ସ୍ବନକ୍ଷତ୍ର କାର୍ଯ୍ୟକ୍ରମରେ ବଡ ଖବର ଚ୍ୟାନେଲ୍ ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଅର୍ଦ୍ଧେନ୍ଦୁ ଦାସ୍ ସମ୍ପୁର୍ଣ୍ଣ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବଡ ଖବର ଚ୍ୟାନେଲ୍ ର ଟିମ୍, ରାଜ୍ୟର ସମସ୍ତ ଜିଲ୍ଲା ପ୍ରତିନିଧି ମାନେ ମଧ୍ୟ ଏହିକାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ କାର୍ଯ୍ୟକ୍ରମରେ ସହଯୋଗ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ