ଗଞ୍ଜାମ ପୁଲିସ ହାବିଲଦାର ଓ କନଷ୍ଟେବଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଓ ସାଧାରଣ ବୈଠକ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଂଘର ନବନିର୍ବାଚିତ ସଭାପତି ଅଭିମନ୍ୟୁ ଜାଲି,ସଂପାଦକ ସୁବାସ ଚନ୍ଦ୍ର ସେଠ. ଉପସଭାପତି ଆକାଶ ବେହେରା କୋଷାଧ୍ୟକ୍ଷ ନରେନ୍ଦ୍ର ସାହୁ, ଯୁଗ୍ମ ସଂପାଦକ(୧) ଦିଲ୍ଲୀପ କୁମାର ରଣା, ଯୁଗ୍ମ ସଂପାଦକ(୨) ଦୀନବନ୍ଧୁ ବେହେରା ଏବଂ ୫ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟ ଜି.ଗଣେଶ ରାଓ, ବିରଞ୍ଚି କୁମାର ବେହେରା, ନନ୍ଦକିଶୋର ମାରାଣ୍ଡି, ସାନ୍ତୁନ କୁମାର ପ୍ରଧାନ ଓ ଉମାଶଙ୍କର ବେହେରା ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌.ପି. ବିଜୟ କୁମାର ମଲ୍ଲିକ, ଡିଆଇବି ଇନ୍ସପେକ୍ଟର ରମେଶ ଚନ୍ଦ୍ର ଦାଶ ଓ ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ସଂଘର ବିକାଶ କାମନା କରିବା ସହ ବିଭିନ୍ନ ବିଷୟରେ ଦିଗ୍‌ଦର୍ଶନ ଦେଇଥିଲେ । ପରେ ସଂଘର ସଭାପତି ଶ୍ରୀ ଜାଲି ସାଧାରଣ ବୈଠକରେ ସଭାପତି କରିଥିବା ବେଳେ ସଂପାଦକ ଶ୍ରୀ ସେଠୀ ବିଭିନ୍ନ ସମସ୍ୟା ଗୁଡିକର ବିବରଣୀ ପାଠ କରିବା ସହ ଏହାର ସମାଧାନ ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଓ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କାର୍ଯ୍ୟକ୍ରମରେ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ