‘ଆମ ଗୋପାଳ ଗାଁ’ସଂଗଠନ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ସହରର ଗୋପାଳଗାଁ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ନେଇ ନବଗଠିତ ‘ଆମ ଗୋପାଳ ଗାଁ’ ସଂଗଠନ ପକ୍ଷରୁ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଚିହ୍ନଟ ଶିବିର ସ୍ଥାନୀୟ ‘ବୀର ବଜରଙ୍ଗ ବ୍ୟାୟାମଗାର’ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରତାପ ଚନ୍ଦ୍ର ସାହୁ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀକାନ୍ତ ଜଟାନିଆ ଏବଂ ଶଲ୍ୟ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ସାମଲ ଏବଂ ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ଏହି ଶିବିରକୁ ମିଳିତ ଭାବେ ଉଦଘାଟନ କରିଥିଲେ । ସ୍ଥାନୀୟ ଅଞ୍ଚଳ ସମେତ ସହରର ଗରିବ ତଥା ଅସହାୟ ଲୋକଙ୍କ ଚକ୍ଷୁ ପରୀକ୍ଷା ସହ ଆବଶ୍ୟକ ସ୍ଥଳେ ମୋତିଆବିନ୍ଦୁ ଅସ୍ତ୍ରପୋଚାର ଭଳି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବା ପ୍ରଦାନ ପାଇଁ ସଂଗଠନର ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି ବୋଲି ଅତିଥିମାନେ କହିଥିଲେ । ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ ସିଂହ, ଶ୍ରୀରାମ ହସପିଟାଲ ଚକ୍ଷୁ ବିଭାଗ ମ୍ୟାନେଜର ବିନୋଦ କୁମାର ନାୟକ, ଫାର୍ମାସିଷ୍ଟ କୌଶଲ୍ୟା ଦେହୁରୀ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ଲୋକଙ୍କ ଆଖି ପରୀକ୍ଷା ସହ ଔଷଧ ପ୍ରଦାନ କରିଥିଲେ । ଗୋପାଳ ଗାଁ ସହିତ ଆଖପାଖ ଅଞ୍ଚଳରୁ ଶତାଧିକ ବ୍ୟକ୍ତି ଏହି ଶିବିରରେ ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ତନ୍ମଧ୍ୟରୁ ମୋତିଆବିନ୍ଦୁ ଥିବା ବ୍ୟକ୍ତିମାନଙ୍କ ନିଃଶୁଳ୍କ ଅସ୍ତ୍ରପୋଚାର ପାଇଁ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଦିଲ୍ଲୀପ ନାୟକ, ଯଶୋଧାରା ଦାସ, ପ୍ରତିମା ପଣ୍ଡା, ଅରୁଣ କୁମାର ସ୍ୱାଇଁ, ଦିଲ୍ଲୀପ ଭୂୟାଁ ପ୍ରମୁଖ ଏଥିରେ ଯୋଗଦେଇ ସଂଗଠନର କର୍ମକର୍ତାଙ୍କୁ ଉତ୍ସାହିତ କରିଥିଲେ । ପ୍ରମୋଦ କୁମାର ମହାନ୍ତି, ପ୍ରବୀର କୁମାର ଦାସ, ଭୂଦେବ ମହାପାତ୍ର, ଗିରିଜା ଶଙ୍କର ଦାସ, ଅନୁପ କୁମାର ସ୍ୱାଇଁ, ଶ୍ରୀକାନ୍ତ ବୁଗୁଡାଇ, ରୂପେଶ କୁମାର ପ୍ରଧାନ, ପ୍ରଭାତ ମହାନ୍ତି, ରାକେଶ କୁମାର ପାଢୀ, ଅଜୟ ସ୍ୱାଇଁ, ପ୍ରାଣକୃଷ୍ଣ ସେନ, ସୁବୀର ଦାସ, ଦେବବ୍ରତ ନାୟକ, ଉତ୍କଳ କେଶରୀ ପାତ୍ର, ସୁଦିପ ଲେଙ୍କା, ଅବିନାଶ ସ୍ୱାଇଁ, ଅଭୟ ସ୍ୱାଇଁ, ସୁମନ୍ତ ସାହୁ, କାର୍ତ୍ତିକ ଚନ୍ଦ୍ର ସାହୁ, ସୌକତ ଖାନ୍ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ