୧୫ଫୁଟ ତଳକୁ ଖସିପଡ଼ିଲା ୧୦୮ ଉଦ୍ଧାର କରିଲେ ସାମ୍ବାଦିକ
ଗଂଜାମ, (ବିନୋଦ ପଲାଇ) : ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଗୁରୁତର ରୋଗୀଙ୍କୁ କଟକ ବଡ ମେଡିକାଲ କୁ ୧୦୮ ଆମ୍ବୁଲାନ୍ସ ନେଇ ଯାଉଥିଲା । ଗଞ୍ଜାମ ସହର ଠାରେ ଜାତୀୟ ରାଜପଥ ରେ ଘନ ଅନ୍ଧକାର ଯୋଗୁ ଆମ୍ବୁଲାନ୍ସ ଡ୍ରାଇଭର ଭାରସାମ୍ୟ ହରାଇ ରାଜପଥ ପାର୍ଶ୍ୱ ଏକ ନାଳ ୧୫ଫୁଟ ତଳକୁ ଖସିପଡିଥିଲା । ନାଳରେ ପଡି ରୋଗୀ ଓ ସମ୍ପର୍କୀୟ ଛଟପଟ ହେଉଥିଲେ। ଖବରପାଇ ପୋଲିସ ଏବଂ ଦୁଇ ଜଣ ସାମ୍ବାଦିକ ଘଟଣାସ୍ଥଳ ରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ପଠାଇବା ବ୍ୟବସ୍ଥା କରିଥିଲେ । ଏନେଇ ବିଭିନ୍ନ ମହଲରୁ ପୋଲିସ ଏବଂ ସାମ୍ବାଦିକ ଙ୍କ ପ୍ରତି ପ୍ରଂଶସାର ସୁଅ ଛୁଟିଛି । ମିଳିଥିବା ସୂଚନା ପ୍ରକାରେ ଗଜପତି ଜିଲ୍ଲାର ମୋହନାର କସ୍ତୁରୀ ନାୟକ (୫୦)ଙ୍କ କିଡିନି ଖରାପ ଥିବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ମଙ୍ଗଳବାର ରାତିରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୧୦୮ ଆମ୍ବୁଲାନ୍ସ (ଙଊ୦୨ଈଛ୨୨୫୨) ରେ କଟକ ଯାଉଥିବା ସମୟରେ ରାତ୍ରି ପ୍ରାୟ ୧୨ ଘଣ୍ଟ ସମୟରେ ଜାତୀୟ ରାଜପଥ (୧୬) ର ଗଞ୍ଜାମ ସହରର ହଂସରାଜ ହୋଟେଲ ପାଖ ପାର୍ଶ୍ଵରେ ଅନ୍ଧାର ରେ ୧୫ ଫୁଟ ତଳକୁ ପାଣି ଜମିଥିବା କୃତିମ ନାଳକୁ ଓଲଟି ଖସିପଡିଥିଲା । ଖବରପାଇ ଗଞ୍ଜାମ ଥାନା ଏସଆଇ ଅଜିତ କୁମାର ପରିଡା, କନେଷ୍ଟବଳ ଷଷ୍ଠୀ ପ୍ରସାଦ ମିଶ୍ର ଓ ସ୍ୱେଚ୍ଛାସେବୀ ତଥା ମିଡିଆ ହାଉସର ସଭାପତି ଦୁର୍ଗା ମାଧବ ପାଣିଗ୍ରାହୀ, ସମ୍ପାଦକ ଶିବାନନ୍ଦ ପଲେଇ, ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉକ୍ତ ସମୟରେ ଆମ୍ବୁଲାନ୍ସ ସହ ରୋଗୀ, ତାଙ୍କ ସମ୍ପର୍କୀୟ ମାନେ ଅନ୍ଧାରରେ ନାଳ ଭିତରେ ପଡି ରହିଥିଲା। ଉଭୟ ପୋଲିସ ଓ ସାମ୍ବାଦିକ ଦ୍ବୟ ଆମ୍ବୁଲାନ୍ସ ଭିତରୁ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ରାସ୍ତା ଉପରକୁ ଆଣିଥିଲେ । ପରେ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସରେ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା ।


