ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପୂରପଲ୍ଲୀ ଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ସବୁଜାଗାର ଶିଶୁ ମାନଙ୍କର ଲୁକାୟିତ ପ୍ରତିଭାର ବିକାଶରେ ସୂରଭୀ କାର୍ଯ୍ୟକ୍ରମ ସହାୟକ ହୋଇପାରୁଛି ବୋଲି କହିଥିଲେ । ସମ୍ମାନୀତ ଅତିଥୀଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଯୋଗଦେଇ ପ୍ରତ୍ୟେକ ଶିଶୁଙ୍କର ଥିବା ପ୍ରତିଭାକୁ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଚିହ୍ନଟ କରି ଆଗକୁ ନେବାକୁ କହିଥିଲେ । ତାସହିତ୍ ସୁରଭୀରେ ଭାଗନେଇଥିବା ଶିଶୁ ମାନଙ୍କର କଳାତ୍ମକ ବିକାଶ ନିମନ୍ତେ ସେମାନଙ୍କର ଅଭିଭାବକ ମାନଙ୍କ ସହ କାଉନସିଲିଂ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ସନାତନ ପଣ୍ଡା ଯୋଗଦେଇ ଶୈକ୍ଷିକ ବିକାଶ ଓ କଳାତ୍ମକ ବିକାଶ ନିମନ୍ତେ ଶିଶୁ ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ସଂଯୋଜିକା ବିନୀତା ସେନାପତି ଜିଲ୍ଲାର ୨୯୩କ୍ଲଷ୍ଟ ର ଓ ୨୨ଟି ବ୍ଲକରେ ହୋଇଥିବା ସୁରଭୀ କାର୍ଯ୍ୟକ୍ରମରୁ ଜିଲ୍ଲାସ୍ତରକୁ ଆସିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷା ଶାସ୍ତ୍ର ଜିଲ୍ଲା ସଂଯୋଜକ ଡଃ. ସନ୍ତୋଷ କୁମାର ପଣ୍ଡା ଜିଲ୍ଲାର ଗାରିମା ଆୱାର୍ଡ ଉପରେ ସୂଚନା ଦେବାସହ ଅତିଥୀ ମାନଙ୍କ ଦ୍ୱାରା ଜିଲ୍ଲାରେ ପ୍ରଥମ ହୋଇଥିବା ଦିଗପହଣ୍ଡି ବ୍ଲକ , ଦ୍ୱିତୀୟ ହୋଇଥିବା ଶେରଗଡ ବ୍ଲକ , ତୃତୀୟ ହୋଇଥିବା ଛତ୍ରପୁର ଓ ପୁରୁଷୋତ୍ତମପୁର ବ୍ଲକର ବିଇଓ ମାନଙ୍କୁ ତାମ୍ର ପଦକ ଗୁଡିକ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବରେ ଛତ୍ରପୁର ବିଇଓ ଅବିନାଶ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ସମଗ୍ର ଶିକ୍ଷା ଅଭିଯାନର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜିଲ୍ଲା ସଂଯୋଜକ ଡଃ ସରୋଜ ମୋନ ପାଳଙ୍କ ସଂଯୋଜନାରେ ତର୍କ, ବକୃତା, ଚିତ୍ରାଙ୍କନ, କୁଇଜ୍ , ସୂତଲିଖନ, ସୂଜନଶୀଳ ଲିଖନ୍ ଓ ଲଘୁ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବାସହ ୨୨ଟି ବ୍ଲକର ୨୨ଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଗୁଡିକ ପକ୍ଷରୁ ବାଳିକା ଶିକ୍ଷା ଉପରେ ଏକ ପ୍ରଦର୍ଶନୀ କରାଯାଇଥିଲ । ସନ୍ଧ୍ୟାରେ ଉଦଯାପନୀ ଉତ୍ସବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଡିପିସି ବିନୀତା ସେନାପତି, ରଙ୍ଗେଇଲୁଣ୍ଡା ବିଇଓ ଡଃ. ପ୍ରଭାତୀ ମହାପାତ୍ର, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ଡଃ.ସରୋଜ ମୋହନ ପାଳ , ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ନମିତା ଦେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବଂଟନ କରିଥିଲେ । ୨୨ଟି ସାଂସ୍କୃତିକ ଦଳ ମଧ୍ୟରୁ ରଙ୍ଗେଇଲୁଣ୍ଡା ବ୍ଲକର ଦାଶପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଥମ, ଛତ୍ରପୁର ବ୍ଲକର ବିପୁଳିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ୱିତୀୟ, ଖଲିକୋଟ ବ୍ଲକର ଲୁଘର ଉଚ୍ଚପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ଅତିଥୀମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲ।। ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା ଅଭିଯାନର ଅର୍ଥପରାମର୍ଶ ଦାତା ମଧୁସୂଦନ ପରିଡା, ଜିଲ୍ଲା ଦିବ୍ୟାଙ୍ଗ ସଂଯୋଜକ ତପନ କୁମାର ସାହୁଙ୍କ ସମେତ ସମସ୍ତ ଅଧିକାରୀ ମାନେ ପରିଚାଳନା କରିଥିଲେ । ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ