ଅଙ୍ଗନବାଡିରେ ପସି ଶିଶୁଙ୍କୁ ଅମାନୁସିକ ମାଡ ଘଟଣା, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ତଦନ୍ତ

ହାଟଡ଼ିହି, : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୧ନଂ ଅଙ୍ଗନବାଡି କେନ୍ଦ୍ରରେ ପସି ଜଣେ ଶିଶୁଙ୍କୁ ଅନ୍ୟ ଜଣେ ଅଭିଭାବକ ଅମାନବୀୟ ଭାବେ ମାଡ ମାରିବାର ଭିଡିଓ ଭାଇରାଲ ହେବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସାରା ରାଜ୍ୟରେ ଅଙ୍ଗନବାଡିରେ ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ହଇଚଇ ସୃଷ୍ଟି କରିଥିବାବେଳେ ପୁଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଆଜି ଅଙ୍ଗନବାଡି କେନ୍ଦ୍ରକୁ ଶିଶୁମାନେ ଆସିନାହାନ୍ତି । ଶିଶୁମାନେ ଅଙ୍ଗନବାଡି କେନ୍ଦ୍ରରେ ସୁରକ୍ଷିତ ନଥିବା ଆଶଙ୍କାରେ ଅଭିଭାବକମାନେ ସେମାନଙ୍କ ଶିଶୁ ମାନଙ୍କୁ ଛାଡି ନଥିବା କହିଛନ୍ତି । ଗତକାଲି ରାତିରେ ଗାଁର ଯୁବକମାନେ ଅଙ୍ଗନବାଡି କର୍ମୀଙ୍କୁ ଘେରିବାପରେ ଅଙ୍ଗନବାଡି କର୍ମୀ ଆନନ୍ଦପୁର ଥାନାରେ ମାଡ ମାରିଥିବା ଅଭିଭାବକ ସନାତନ ଘଡେଇ ନାମରେ ଅଭିଯୋଗ କରିଥିôଲେ । ଅଭିଯୋଗ ପାଇବାପରେ ଆଜି ସକାଳେ ଆନନ୍ଦପୁର ପୁଲିସ ଶିବନାରାୟଣପୁର ଗାଁରେ ପହଞ୍ଚି ତଦନ୍ତ କରିଥିବାବେଳେ ବିଡିଓ ସୁଶାନ୍ତ କୁମାର ବାରିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମାନସୀ ରଥ, ଜିଲ୍ଲା ପ୍ରୋଗ୍ରାମ ଅଫିସର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ତଦନ୍ତ କରିଛନ୍ତି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମଧ୍ୟ ଶିବନାରାୟଣପୁର ଗାଁକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବାପରେ ଏହାର ଦୃଢ଼ ନିନ୍ଦା କରିଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହିତ ଉପଯୁକ୍ତ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । କିନ୍ତୁ ଘଟଣାର ଏତେଦିନ ପର ପର୍ଯ୍ୟନ୍ତ କାହିଁକି ଅଭିଯୋଗ କରୁନଥିଲ ବୋଲି ପଚାରିବାରୁ ଅଙ୍ଗନବାଡି କର୍ମୀ ସୁବାସିନୀ ପ୍ରଧାନ କହିଛନ୍ତି ଯେ ମାଡ ମାରିଥିବା ଲୋକ ଜଣକ ବହୁତ ଦୁର୍ଦ୍ଦାନ୍ତ ଶ୍ରେଣୀର । ସେ ମାଡ ମାରୁôତବା ସମୟରେ ମୁଁ ବାରଣ କରିଥିଲି । ମାତ୍ର ସେ ନମାନିବାରୁ ମୁଁ ବାଧ୍ୟହୋଇ ମାଡ ସମୟର ଭିଡିଓ ଉତ୍ତୋଳନ କରିଥିଲି ବୋଲି କହିଛନ୍ତି । ଏ ସମ୍ପର୍କରେ ମୁଁ ଭୟଭୀତ ହୋଇଯାଇ ଥାନାକି ଉଚ୍ଚ କର୍ତ୍ତୁପକ୍ଷଙ୍କ ଠାରେ ଅଭିଯୋଗ ନକରି ଆମ ସୁପରଭାଇଜରଙ୍କୁ ଜଣାଇଥିଲି । ସେ ମଧ୍ୟ ଅଭିଯୋଗ ନକରି ଆପୋଷ ସମାଧାନ କରିଦିଅ ବୋଲି କହିଥିଲେ । ତେଣୁ ମୁଁ କୌଣସି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ସାହାସ ପାଇନଥିଲି ବୋଲି କହିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଏତେବଡ ଏକ ଘଟଣାକୁ କାହିଁକି ସୁପରଭାଇଜର ଚାପି ଦେବାକୁ କହିଥିଲେ ଓ ଆଜି ପର୍ଯ୍ୟନ୍ତ କାହିଁକି ଲୁଚାଇ ରଖାଯାଇଥିଲା । ଏପରିକି ମାଡ ଖାଇଥିବା ଛାତ୍ରର ବାପା ଓ ମା ମଧ୍ୟ ଏବାବଦରେ ଜାଣି ନଥିଲେ । ଭିଡିଓ ଭାଇରାଲ ହେବାପରେ ଯାଇ ସେମାନେ ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ଯେ ଏହି ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘଦିନ ହେଲା ହେଲପର ନଥିବାରୁ ନାନା ସମସ୍ୟା ଦେଖା ଦେଉଛି । ତେଣୁ ପ୍ରଥମେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜଣେ ହେଲପର ନିଯୁକ୍ତିକୁ ପ୍ରାଥବିକତା ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନେ ଯଦି ସୁରକ୍ଷିତ ନୁହନ୍ତି ତେବେ ଆମେ କାହିଁକି ଅଙ୍ଗନବାଡିକୁ ଛୁଆ ପଠାଇବୁ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତ ୨ତାରିଖ ଦିନ ଶିଶୁମାନେ ଅଙ୍ଗନବାଡିକୁ ଯାଇଥିବାବେଳେ ପ୍ରମୋଦ ପାଳ ଓ ସନାତନ ଘଡେଇଙ୍କ ପୁଅ ମାନଙ୍କ ଭିତରେ ଏକ ଖେଳନା କଣ୍ଢେଇକୁ ନେଇ କଳିତକରାଳ ଲାଗିଥିଲେ । ସନାତନ ଘଡେଇଙ୍କ ପୁଅ ଘରକୁ ଦୌଡିଯାଇ ତାର ବାପାଙ୍କୁ ଏ ବାବଦରେ କହିବାରୁ ସନାତନ ଘଡେଇ ଅଙ୍ଗନବାଡି କେନ୍ଦ୍ରକୁ ଆସି କାହାରିକୁ କିଛି ନକହି ଭିତରେ ପସି ପ୍ରମୋଦ ପାଳଙ୍କ ପୁଅର ଗୋଡ ଦୁଇଟିକୁ ଧରି ଉପରକୁ ଟେକିଦେଇ ମାରିଦେବାକୁ ଧମକ ଦେବାସହ ଦୁଇ ଚାପୁଡା ମାରିଥିଲା । ଏହି ଭିଡିଓଟି ଭାଇରାଲ ହେବାପରେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ