ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ସଭାପତି ଡଃ. ବାସୁଦେବ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ଉପସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାଶ, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ଆମ ଗାଁ ସାହିତ୍ୟ ପରିଷଦ ସମ୍ପାଦକ ସ୍ୱପ୍ନାଶୁ ଦାସ, କବି ତ୍ରିଲୋଚନ ଜେନା, ଅଧର ଚନ୍ଦ୍ର ଜେନା, ଅଜୟ ପାତ୍ର, ତୃପ୍ତିମୟୀ ଜେନା, ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଆଦିକନ୍ଦ ରାଉଳ, ନର୍ମଦା ପ୍ରଧାନ, ସାମ୍ବାଦିକ ଆଶିଷ ସେନାପତି ପ୍ରମୁଖ ଯୋଗଦେଇ ଜଗତିକରଣରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ଅବଦୁଲ ରାଜେତ ଗୈାସ୍ୱାମୀ ସାହିତ୍ୟରେ ମାନବିକତାର ଚିତ୍ରରେ ପରିପୂର୍ଣ୍ଣ । ଏଣୁ ସାହିତ୍ୟିକମାନେ ସମାଜର ପରିବର୍ତ୍ତନ ଓ ଜୀବନର ଉଚ୍ଚ ଆଦର୍ଶବୋଧର ବାର୍ତ୍ତା ବହନ କଲେ ସାହିତ୍ୟ ରଚନା କାଳଜୟୀ ହୋଇପାରିବ । ଏହି ଅବସରରେ କବି ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦ରୁ ଉର୍ଦ୍ଧ୍ୱ କବି ଅଂଶଗ୍ରହଣ କରିଥିବା ବେଳେ କବି କାର୍ତ୍ତିକ ଚରଣ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ସ୍କାଉଟରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ଦାସଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା ।


