ନାଲସା ଆଇନ ସମ୍ପର୍କରେ ସଚତେନତା କାର୍ଯ୍ୟକ୍ରମ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ ଏସି ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ଼ ଡହଲ ପଡ଼ି ସାହି ରେ ନାଲସା ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ମାନବାଧିକାର କର୍ମୀ ଆଲୋକ ନାୟକଙ୍କ ନେତୃତ୍ବରେ ନାଲସା ଆଇନ୍ ସମ୍ପର୍କ ରେ ଜନସାଧାରଣ ଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି l ମୁଖ୍ୟତଃ ଗରିବ ଶ୍ରେଣିର ଲୋକ ଅଦାଳତ ରେ କୈଣସି ମାମାଲା ରେ ଛନ୍ଦି ହୋଇଥିବ ଏବଂ ମକଦ୍ଦମା ପରିଚାଳନା ପାଇଁ ଓକିଲ କୁ ଟଙ୍କା ଦେବା ପାଇଁ ଅକ୍ଷମ ଥିବ ସେଭଳି ଲୋକଙ୍କୁ ନାଲସା ବିଭାଗ ସହାୟତା ରେ ମାଗଣା ରେ ମକଦ୍ଦମା ପରିଚାଳନା ପାଇଁ ସ୍ବତନ୍ତ୍ର ଓକିଲ ପ୍ରଦାନ କରାଯିବ, ଯାହା ଫଳରେ ଲୋକେ ଉପକୃତ ହୋଇପାରିବେ ସେ ନେଇ ସଚେତନତା କରାଯାଇଥିଲା |ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ମହିଳାଙ୍କୁ ବିଭିନ୍ନ ଆଇନ୍ ସମ୍ପର୍କ ରେ ମଧ୍ୟ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ଆଇନ୍ ସମ୍ପର୍କ ରେ ଏକ ପତ୍ରିକା ବଣ୍ଟନ କରାଯାଇଥିଲା l