ସୋରୋଡ଼ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ସୋରୋଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅକ୍ଟୋବର ୩୦ ତାରିଖ ଦିନ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପୋଷାକ ଓ ଜୋତା ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବିଇଓ ପ୍ରଶନ କୁମାର ବେହାରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏ.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ ଖଦାଳି ପ୍ରଧାନ, ଏସଏମସି ସଭାପତି ଭଞ୍ଜକିଶୋର ସ୍ବାଇଁ, ଏ.କରଡ଼ାବାଡ଼ି ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ଜେନା, ମୋଟାବାଡ଼ି ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀ ଚରଣ ତ୍ରିପାଠୀ, ବିଷ୍ଣୁଚକ୍ର ସିଆରସିସି ଡି.ବାସୁଦେବ ଦୋରା ଓ ସୋରଡ଼ା ୟୁପି ସ୍କୁଲ ଶିକ୍ଷୟିତ୍ରୀ ସୁମିତ୍ରା ବେହେରା ଯୋଗଦେଇଥିଲେ । ଅତିଥି ବୃନ୍ଦ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ଉତ୍ତମ ଭାବେ ଶିକ୍ଷା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସୋରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା । ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ