ପଞ୍ଚାୟତ ନିର୍ବାଚନକୁ ନେଇ ଅଡବାରେ ବିଜେପିର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଠାରେ ୮ନମ୍ବର ଜୋନରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ସମ୍ପାଦକ ଦିବାକର ପ୍ରଧାନୀ ଯୋଗ ଦେଇଥିଲେ । ଅଡବା ୮ ନମ୍ବର ଜୋନ ସଭାପତି ଏନ୍‌ଟି ଆଚାରୀ, ସରପଞ୍ଚ କୁଳଚନ୍ଦ୍ର ମଳିକ, ବିଜୟ ପାତ୍ର, ବିନୋଦ ବର୍ଦ୍ଧନ, ରାଜେନ୍ଦ୍ର ପାତ୍ର, ମହେଶ ରାଉତ ପ୍ରମୁଖ ଯୋଗଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୃଣମୁଳସ୍ତରରେ ଦଳକୁ କିପରି ମଜବୁତ କରାଯିବ ଏବଂ ଲୋକେ କିପରି ଅଧିକାରୁ ଅଧିକା ଭୋଟ ବିଜେପିକୁ ଦେବେ ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି ବୈଠକରେ ୮ନମ୍ବର ଜୋନର ବହୁ ସ୍ଥାନୀୟ ନେତା ଓ କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ