ଅତିରିକ୍ତ ଜିଲ୍ଲାପାଳ ହେଲେ ପ୍ରିୟ ରଞ୍ଜନ ପୃଷ୍ଟି 

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ ସୋମବାର ପ୍ରିୟ ରଞ୍ଜନ ପୃଷ୍ଟି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଛତ୍ରପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିବା ବେଳେ ତାଙ୍କ ପଦୋନ୍ନତି ହୋଇଛି । ଶ୍ରୀ ପୃଷ୍ଟି ୨୦୦୦ ବ୍ୟାଚ୍ ର ଓଏଏସ ଅଧିକାରୀ ଅଟନ୍ତି । ସେ ପୂର୍ବରୁ ନୂଆପଡା, ନୟାଗଡ, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲା ରେ ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରି ଆସିଛନ୍ତି । ଆଜି ସେ ଦାୟିତ୍ୱ ଗ୍ରହଣ କଲା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟ ସହ ବିଭାଗର ସଠିକ୍ ପରିଚାଳନା କରିବେ ବୋଲି ସେ ସୂଚନା ଦେଇଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଫୁଲ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ