ଛତ୍ରପୁର ତହସିଲଦାର ହେଲେ ପ୍ରକାଶ 

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ତହସିଲଦାର ଭାବେ ଆଜି ଅପରାହ୍ନରେ ପ୍ରକାଶ କୁମାର ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ କବିସୂର୍ଯ୍ୟନଗର ତହସିଲଦାର ଭାବେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁୁଥିବା ବେଳେ ଛତ୍ରପୁରକୁ ତାଙ୍କ ବଦଳି ହୋଇଛି । ସେ ୨୦୧୧ ବ୍ୟାଚ୍ ର ଓଏଏସ ଅଧିକାରୀ ଅଟନ୍ତି । ଶ୍ରୀ ମିଶ୍ର ପୂର୍ବରୁ ବରଗଡ ଓ ଝାରସୁଗୁଡା ଜିଲ୍ଲାରେ ତହସିଲଦାର ଭାବେ ଦାୟିତ୍ୱ ତୁଲାଇବା ପରେ ଗଞ୍ଜାମ ଜିଲ୍ଲା କୁ ବଦଳି ହୋଇଥିଲା । ଆଜି ସେ ଛତ୍ରପୁର ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କଲା ପରେ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନଙ୍କ ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ