ବିଜୁ ଜନତା ଦଳ ର ଛତ୍ରପୁର ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ଉଦଘାଟିତ
ଛତ୍ରପୁର(ଯୁଗାବ୍ଦ ନ୍ୟୁଜ ) ସ୍ଥାନୀୟ ଏକାମ୍ରନଗର ନିକଟ ଜାତୀୟରାଜପଥ ପାଶ୍ୱର୍ରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହାକୁ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ଡଃ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ଅନୀଲ କୁମାର ସାହୁ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଛତ୍ରପୁର ବ୍ଲକ ସଭାପତି ସପନେଶ୍ୱର ନାହାକ, ଗଂଜାମ ବ୍ଲକ ସଭାପତି ଇନ୍ଦ୍ରମଣି ଦଳାଇ, ପୂର୍ବତନ ଗଂଜାମ ବ୍ଲକ ଅଧ୍ୟକ୍ଷ ସୁୁରଥ ପାହାନ ଓ ରଘୁନାଥ ସାହୁ, ଜିଲ୍ଲା ଛାତ୍ର ବିଜୁଜନତାଦଳର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ କାଉନସିଲର ଟି.ଚନ୍ଦ୍ରଶେଖର ରାଓ, କିଶୋର ଚନ୍ଦ୍ର ସେନାପତି, ବି.ରାଜୁବାବୁ, ପୂର୍ବତନ ସାଂସଦ ପ୍ରତିନିଧୀ ଜି.ପାପାରାଓ, ଯୁବନେତା ଅହିଭୂଷଣ ସାହୁ, ବିମଳ ପଣ୍ଡା, ସାଂସଦ ପ୍ରତିନିଧୀ ଲକ୍ଷ୍ମୀ ପାଢୀ, ନାଗେଶୁ ରାଓ, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ବିଜେଡି ଜିଲ୍ଲା ସଂପାଦକ ମନୋଜ କୁମାର ପାଢୀ, ଆଇନଜିବୀ ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ ଓ ସାନୁ ସେଠୀଙ୍କ ସମେତ ନିର୍ବାଚନ ମଣ୍ଡଳୀ ସମସ୍ତ ଦଳୀୟ କର୍ମୀ ଓ ନେତା ମାନେ ଉପସ୍ଥିତ ଥିଲେ ।


