‘ବାଲେଶ୍ୱର ଟାଇମ୍ସ’ ଉନ୍ମୋଚିତ
ବାଲେଶ୍ୱର,: ବାଲେଶ୍ୱର ସହରରୁ ‘ବାଲେଶ୍ୱର ଟାଇମ୍ସ’ ନାମକ ଏକ ଭିନ୍ନ ସ୍ୱାଦର ସାପ୍ତାହିକୀ ସମ୍ବାଦପତ୍ର ଗୁରୁବାର ଅପରାହ୍ନରେ ସ୍ଥାନୀୟ ଫକୀରମୋହନ ଗୋଲେଇ ପରିସରରେ ଉଦ୍ଘାଟିତ ହୋଇଛି । ବରିଷ୍ଠ ନାଗରିକ ମଞ୍ଚର ରାଜ୍ୟ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଧର ବେହେରା ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସାପ୍ତାହିକ ପତ୍ରିକାକୁ ଲୋକାର୍ପଣ କରିଥିଲେ । କବି ପ୍ରଶାନ୍ତ ଦାସ, ଶ୍ରୀଦେବ, ଗୌରାଙ୍ଗ ପାଣିଗ୍ରାହୀ, କେଶୁ ଦାସ ପ୍ରମୁଖ ପତ୍ରିକାର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ପତ୍ରିକାର ସମ୍ପାଦକ ଆଶୀଷ କୁମାର ଚକ୍ରବର୍ତ୍ତୀଙ୍କ ଏହି ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଶଶିରଞ୍ଜନ ମଲ୍ଲିକ, ଉତ୍ପଳ ମହାନ୍ତି, ଅବନୀ ଜେନା, ବଂଶୀଧର ଜେନା, ଅରୁଣାଂଶୁ ପାଣିଗ୍ରାହୀ, ରତିକାନ୍ତ ପାତ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସୁଧାକର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ପତ୍ରିକାର ସଂପାଦକ ଆଶୀଷ କୁମାର ଚକ୍ରବର୍ତ୍ତୀ ଉପସ୍ଥିତମାନଙ୍କୁ ସ୍ୱାଗତ ଜଣାଇଥିବାବେଳେ ରାଜେଶ ଗିରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।