ଗଞ୍ଜାମରେ ଏଥର ପଦ୍ମ ଫୁଟିବ : ଧର୍ମେନ୍ଦ୍ର ପ୍ରଧାନ
ଛତ୍ରପୁର : ୨୧ ଲୋକସଭା ଜିତିବା ସହ ଭାରତୀୟ ଜନତା ପାର୍ଟିର ସରକାର ଏଥର ଓଡିଶାରେ ହେବ, ଅପାରଗ ଶାସନର କେନ୍ଦ୍ରବିନ୍ଦୁ ନବୀନଙ୍କ ବିରୋଧରେ ପ୍ରବଳ ଜନମତର କେନ୍ଦ୍ରସ୍ଥଳ ହେବ ହିଞ୍ଜିଳି, ନବୀନ ବାବୁଙ୍କର ସରକାରୀ କଳକୁ ଲଗାଇ ଗଣତବକୁ ତଂଟି ଚିପିବାର ଅଭ୍ୟାସ ଅଛି, ଓଡିଶାବାସୀ ଏହାର ଜବାବ ଦେବେ, ବିଜେଡି ନେତାମାନେ କିଛି ନିର୍ଦ୍ଦିଷ୍ଟ ସରକାରୀ ପୋଲିସ ଅଧିକାରୀମାନଙ୍କୁ ହାତବାରିସୀ କରି ଗରିବ ଓଡିଆ ଲୋକମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି, ଏଥିପାଇଁ ବିଶେଷ ପଦକ୍ଷେପ ନେବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ପକ୍ଷରୁ ଦାବୀ, ଓଡିଶାର ଚାଷୀଙ୍କୁ ହଇରାଣ କରିବା କାମରେ ନବୀନ ଲାଗିଛନ୍ତି, । କୁମ୍ଭୀର କାନ୍ଦଣା କାନ୍ଦିବାର ମହିଳା କାର୍ଡ, ପ୍ରଶ୍ନର ଉତର ଏଥର ନବୀନଙ୍କୁ ଦେବାକୁ ପଡିବ, ଓଡିଶାରେ ନିର୍ବାଚନ ଏଥର ରୋଚକ ହେବ । ସ୍ଥାଣୁ, ଅପାରଗ, ଭ୍ରଷ୍ଟାଚାରୀ, ସମ୍ବେଦନହୀନ, ମିଛୁଆ, ମହିଳା, ଚାଷୀ, ଯୁବକ, ଗରିବ, ଦଳିତ, ଆଦିବାସୀ, ବିରୋଧୀ ସରକାର ଏବଂ ଏଠାକାର ନେତୃତ୍ୱକୁ ଏଥର ଓଡିଶାର ଜନତା ବାହାର କରିବେ । ଦେଶର ମର୍ଯ୍ୟାଦାକୁ ବିଶ୍ୱରେ ବଢାଇଥିବା, ପାକିସ୍ତାନକୁ ଧୂଳି ଚଟେଇଥିବା ଓ ଲୋକମାନଙ୍କ କଲ୍ୟାଣ ପାଇଁ ଯୋଜନା କରିଥିବା ନରେନ୍ଦ୍ର ମୋଦିଙ୍କୁ ଓଡିଶା ଏଥର ଆଦରେଇ ନେବ । ୨୧ ରୁ ୨୧ ଲୋକସଭା ଜିତିବା ସହ ଭାରତୀୟ ଜନତା ପାର୍ଟିର ସରକାର ଏଥର ଓଡିଶାରେ ହେବ । ଗଞ୍ଜାମରେ ଏଥର ପଦ୍ମ ଫୁଟିବ ବୋଲି କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ । ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କହିଛନ୍ତି ଯେ ହିଞ୍ଜିଳି ବିଧାନସଭାର ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ଦଳ ତରଫରୁ ବରିଷ୍ଠ ଆଇନଜୀବୀ ତଥା ବିଜେପି ରାଜ୍ୟ ଉପସଭାପତି ପିତାମ୍ବର ଆଚାର୍ଯ୍ୟଙ୍କ ନାମାଙ୍କନ ପତ୍ର ଦାଖଲ କରାଗଲା । ହିଞ୍ଜିଳି ବିଗତ ୧୯ ବର୍ଷ ଧରି ଓଡିଶାର ମୁଖ୍ୟମବୀଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ଦେଇଛି । ଗଞ୍ଜାମ ଜିଲ୍ଲାର ପରିଶ୍ରମରେ ଭାରତବର୍ଷ ତଥା ସୁରଟ, ମୁ୍ମ୍ବାଇ, ଦିଲ୍ଲୀ ବା ଗୁଜୁରାଟର ଅନ୍ୟାନ୍ୟ ଶିଳ୍ପାଂଚଳ ଓ ଅନେକ ସହରର ଅର୍ଥନୀତି ଚାଲେ । ଗୁଜୁରାଟର ଅର୍ଥନୀତିରେ ଗଞ୍ଜାମର ବଡ ଅବଦାନ ରହିଛି । କିନ୍ତୁ ଗଞ୍ଜାମର ଯୁବକ ଓ ହିଞ୍ଜିଳିର ଯୁବତୀ ଘର ଛାଡି ଦୈନିକ ଗୁଜୁରାଣ ମେଂଟାଇବା ପାଇଁ ବାହାରକୁ ଯାଉଛି । ଗଞ୍ଜାମ ଜିଲ୍ଲାରେ ପିଇବା ପାଣି ବ୍ୟବସ୍ଥା ନାହିଁ, ୨୪ ଘଂଟା ବିଜୁଳି ନାହିଁ, ଋଷିକୁଲ୍ୟା ନଦୀ ଥାଇ ମଧ୍ୟ ଜଳସେଚନର ବ୍ୟବସ୍ଥା ନାହିଁ, କୃଷକ ମାନଙ୍କର ଅକଥନୀୟ ବ୍ୟବସ୍ଥା ଦେଖାଯାଇଥିବା ବେଳେ ଏଠାରେ ମହିଳାମାନେ ସବୁଠୁ ଅସୁରକ୍ଷିତ । ଗୋଟିଏ ଅପାରଗ ଶାସନର କେନ୍ଦ୍ରବିନ୍ଦୁ ମୁଖ୍ୟମବୀ ନବୀନଙ୍କ ବିରୋଧରେ ଓଡିଶାରେ ପ୍ରବଳ ଜନମତ ଦେଖାଦେଇଛି । ହିଞ୍ଜିଳି ଓ ଗଞ୍ଜାମ ତା’ର ଭୂମିକମ୍ପର ମୂଳ କେନ୍ଦ୍ରସ୍ଥଳ ହେବା ପାଇଁ ଯାଉଛି ବୋଲି କହିଛନ୍ତି କେନ୍ଦ୍ରମବୀ ପ୍ରଧାନ


