ଦନ୍ତା ନେଲା ଜଣଙ୍କର ଜୀବନ
ଘଟଗାଁ, (ନାରାୟଣ ପଲେଇ):ବର୍ତମାନ କେନ୍ଦୁଝର ଜିଲ୍ଲାରେ ହାତୀ ଆତନ୍ତ ଅନେକ ସ୍ଥାନରେ ଦେଖିବାକୁ ମିଳୁଥିବା ବେଳେ ବନ ବିଭାଗର ଅବହେଳା ଯୋଗୁଁ ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଧୁବୁଲା ବେଡା ଗାଁ ଜଙ୍ଗଲରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ହାତୀନୋଟା ଗାଁର ଜଳଧର ମହାରଣା । ସେ ଆଜି ସକାଳୁ ସକାଳୁ ଛୋଟରାୟପୁର ଗାଁକୁ କୌଣସି କାମରେ ଧୁବୁଲାବେଡା ରୁ ଛୋଟରାୟପୁର ମଧ୍ୟରେ ଥିବା ଜଙ୍ଗଲ ରାସ୍ତାରେ ଏକ ସାଇକେଲ୍ ସାହାର୍ଯ୍ୟରେ ଯାଉଥିଲେ । ଜଙ୍ଗଲ ମଝିରେ ସେ ଦନ୍ତା ହାତି ହାବୁଡରେ ପଡିଥିଲେ । ସେଠାରେ ତାଙ୍କୁ ଦନ୍ତା ଆକ୍ରମଣ କରି ଜୀବନରୁ ମାରି ଦେଇଥିଲା । ତେବେ ଉକ୍ତ ଅଂଚଳରେ ବିଗତ କିଛି ଦିନ ହେବ ହାତି ଥିବା ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ତତ୍ପରତା କିମ୍ବା ସ୍ଥାନୀୟ ଲୋକଙ୍କୁ କୌଣସି ସତର୍କ କରିନଥିବାରୁ ଆଜି ଜଣଙ୍କର ଜୀବନ ଯାଇଛି । ଯାହାକୁ ନେଇ ଆଜି ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉତେଜନା ଦେଖିବାକୁ ମିଳିଥିଲା । ଏ ନେଇ ଆମେ ଘଟଗାଁ ରେଞରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବାରୁ ସେ ଏ ଅଂଚଳରେ ହାତି ନଥିଲେ, ହଠାତ୍ ଆଜି ଚାଲିଆସିଥିବେ ବୋଲି କହି ନିଜ ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରିଥିଲେ । ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗାଁର ଜଳଧର ମହାରଣା । ଜଳଧର ଜଣେ ଦିନ ମଜୁରିଆ, ପ୍ରତ୍ୟେକ ଦିନ ଖଟିଲେ ଖାନ୍ତି ନହେଲେ ନାହିଁ । ତେବେ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ସେ ସକାଳୁ ସକାଳୁ କାମ ଖୋଜିବାକୁ ଘରୁ ବହାରି ଛୋଟରାୟପୁର ଗାଁକୁ ଏକ ଜଙ୍ଗଲବାଟ ଦେଇ ଯାଉଥିଲେ । ତେବେ ଜଙ୍ଗଲ ମଝିରେ ସେ ଏକ ଦନ୍ତା ହାତି ସହିତ ମୁହାଁ ମୁହିଁ ହୋଇଯାଇଥିଲେ । ସେଠାରେ ତାଙ୍କୁ ଦନ୍ତା ହାତି ଦଳିଚକଟି ଦେଇଥିଲା । ଫଳରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିିଥିଲେ । ସ୍ଥାନୀୟ ଲୋକେ କିଛି ଘଂଟା ପରେ ଦେଖି ବନ ବିଭାଗ ଏବଂ ପୋଲିସ୍କୁ ଖବର ଦେଇଥିଲେ । ବନ ବିଭାଗ ଓ ପୋଲିସ୍ ଘଟଣାସ୍ଥଳରେ ପହଂଚିଥିଲେ । କିନ୍ତୁ ବନ ବିଭାଗର ଅବହେଳା ଯୋଗୁଁ ଆଜି ଜଳଧର ମହାରଣାଙ୍କର ଜୀବନ ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିବା ସହିତ ଘଟଣା ସ୍ଥଳରେ ଉତେଜଣା ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଜଳଧର ପରିବାରରେ ସେ ଥିଲେ ଏକ ମାତ୍ର ରୋଜଗାରୀ ବ୍ୟକ୍ତି, ତେଣୁ ତାଙ୍କ ଦେହାନ୍ତ ପରିବାରକୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଛି । ତେଣି ସହାୟତା ଦାବିରେ କିଛି ଘଂଟା ଶବ ଉଠାଇବାକୁ ଦେଇନଥିଲେ ସ୍ଥାନୀୟ ଲୋକେ । ପରେ ଘଟଣାସ୍ଥଳରେ ଘଟଗାଁ ରେଞର ପ୍ରଭାତ କୁଅଁର ଘଟଣା ସ୍ଥଳରେ ପହଂଚିଥିଲେ । ସେ ୪ ଲକ୍ଷ ଟଙ୍କା ସହାୟତା ମିଳିବାର ପ୍ରତିସୃତି ଦେବା ସହିତ ସଙ୍ଗେ ସଙ୍ଗେ ୨୪ ଘଂଟା ମଧଯ୍ୟରେ ତାଙ୍କୁ ୪୦ ହଜାର ଟଙ୍କା ଦେବାର ପ୍ରତିସୃତି ଦେବା ପରେ ଉତେଜନା ଶାନ୍ତ ପଡିଥିଲା । ତାପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ସ୍ଥାନୀୟ ଲୋକେ ତେବେ ବିଗତ କିଛି ଦିନ ହେବ ଉକ୍ତ ଅଂଚଳରେ ହାତି ବୁଲୁଥିବା ବନ ବିଭାଗକୁ ଖବର ଦେଇଥିବା ବେଳେ ବନ ବିଭାଗ ଏ ଦିଗରେ କୌଣସି ତତ୍ପରତା ନଦେଖାଇବା ସହିତ ସ୍ଥାନୀୟ ଲୋକଙ୍କୁ କୌଣସି ସତର୍କବାଣି ମଧ୍ୟ ଦେଇନଥିଲେ । ଫଳରେ ଆଜି ଜଣଙ୍କର ଜୀବନ ଚାଲିଗଲା । ଅନ୍ୟପକ୍ଷରେ ହାତି ଗୁଡିକର ଗତିପଥକୁ ତଦାରଖ କରିବା ପାଇଁ ବନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଗାର୍ଡ ନିଯୁକ୍ତି ହୋଇଥିବା ବେଳେ ବିଗତ କିଛି ଦିନ ହେବ ଉକ୍ତ ଅଂଚଳରେ ହାତି ବୁଲୁଥିବାର ଖବର ତାଙ୍କ ପାଖରେ ନଥିଲା କେମିତି ? ଯାହା ବନ ବିଭାଗର ଅବହେଳାକୁ ସ୍ପଷ୍ଟ କରୁଛି । ତେବେ ଘଟଣା ସମ୍ପର୍କରେ ଫରେଷ୍ଟର ଶ୍ରୀମନ୍ତ ବେହେରା ମହାଶୟଙ୍କୁ ପଚାରିରୁ ସେ ମୁ କିଛି କହିପାରିବିନି ରେଞର୍ ସାର କହିବେ ବୋଲି କହି ମୁହଁ ଏଡାଇ ଦେଇଥିବା ବେଳେ, ଏ ଅଂଚଳରେ ହାତି ନଥିଲେ, ହଠାତ୍ ଆଜି ଚାଲିଆସିଥିବ ବୋଲି କହି ନିଜ ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରିଛନ୍ତି ରେଞର ମହାଶୟ । ତେବେ ବନ ବିଭାଗର ଅବହେଳା ଯୋଗୁଁ ଆଜି ଜଣଙ୍କର ଜୀବନ ଯାଇଥିବା ବେଳେ ଏ ଘଟଣାକୁ ଉଚ୍ଚପଦସ୍ଥ ଅଧିକାରୀ ମାନେ ତଦନ୍ତ କରି ଅବହେଳିତ ଅଫିସର ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।


