ବିଜେପି ତ୍ୟାଗକରି ବିଜେଡିରେ ମିଶିଲେ ୪୦ ଆଦିବାସୀ ପରିବାର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମ ପଞ୍ଚାୟତର ମାଧବପଲ୍ଲୀ ଗ୍ରାମର ୪୦ ଆଦିବାସୀ ପରିବାର ଜାତୀୟ ଦଳ ବିଜେପି ତ୍ୟାଗ କରି ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ନଭେମ୍ବର ୧୧ ତାରିଖ ଦିନ କରଚୁଲି ଗ୍ରାମରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କରଚୁଲି ପଞ୍ଚାୟତର ମାଧବପଲ୍ଲୀ ଗ୍ରାମର କବିରାଜ ମଲ୍ଲିକଙ୍କ ନେତୃତ୍ୱରେ ୪୦ ପରିବାର ବିଜେପି ତ୍ୟାଗକରି ବିଜୁଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡିର ମିଶିଥିବା ଆଦିବାସୀ ବୃନ୍ଦ ସେମାନଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ପଦକ୍ଷେପ ଏବଂ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଲୋକ ସମ୍ପର୍କ ଓ ଉନ୍ନୟନ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ସେମାନେ ବିଜେପି ତ୍ୟାଗକରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ କରି ବିଜୁ ଜନତା ଦଳକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଅଧ୍ୟକ୍ଷା ମାମୀ ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, କରଚୁଲି ସରପଞ୍ଚ ଧୋବା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ସମିତି ସଭ୍ୟା ସସ୍ମିତା ପାତ୍ର, ମୁକୁନ୍ଦ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବ୍ଲକ ବିଜେଡି ଉପସଭାପତି କାହ୍ନୁ ଚରଣ ଭୂୟାଁ, କେ ତ୍ରିଲୋଚନ ଦୋରା, ବରୁଣ ସେନାପତି ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଓ ଲୋକପ୍ରତିନିଧି ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ