ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ପକ୍ଷରୁ ଯକ୍ଷ୍ମା ଚିହ୍ନଟ ସ୍ୱାସ୍ଥ୍ୟ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା) : ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତରଫରୁ ୨୦୨୫ସୁଦ୍ଧା ଭାରତ ରୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ସାରା ଦେଶରେ କୋଣ ଅନୁକୋଣ ରେ ଯକ୍ଷ୍ମା ରୋଗୀ ଚିହ୍ନଟ କରି ଯଥା ଶୀଘ୍ର ଚିକିତ୍ସା କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତ୍ଵରାନିତ କରାଯାଉଛି । ଏହି ପରିପ୍ରେକ୍ଷରେ ଓଡ଼ିଶା ସରକାର ସ୍ବାସ୍ଥ୍ୟ ବିଭାଗ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ (ଗଞ୍ଜାମ) ପକ୍ଷରୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ତତ୍ତ୍ୱାବଧାନରେ ଡ.ସ୍ମୃତି ସାଗର ନାୟକ, ଡ. ମଧୁସ୍ମିତା ବେହେରା, ମହିଳା ସ୍ୱାସ୍ଥ୍ୟ କର୍ମୀ ବସୁନ୍ଧରା ପ୍ରଧାନ, ତାରା ପଣ୍ଡା, ଏସ. ଟି.ଏଲ୍.ଏସ ଅନନ୍ତରାମ ପଣ୍ଡା, ଆଇ.ସି. ଟି.ସି କାଉନ୍ସିଲର ଡ. ସନ୍ତୋଷ କୁମାର ରାଜୁ, ଏନ୍ ସି ଡି ପରାମର୍ଶ ଦାତା ଡି.ଦେବହରି ରେଡ଼ି, ଆଇ ସି ଟି ସି ଲାବ୍ ଟେକ୍ନିସିଆନ ପଦ୍ମନାଭ ଗନ୍ତାୟତ ପ୍ରମୁଖ ଶିବିରରେ ଯୋଗଦେଇ ଲୋକଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଓ ଏଚ୍ ଆଇ ଭି ପ୍ରମୁଖ ପରୀକ୍ଷା ସମେତ ଯକ୍ଷ୍ମା ରୋଗ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଠାରୁ କଫ ସଂଗ୍ରହ କରାଯାଇ ସାଠିଏ ଜଣ ବ୍ୟକ୍ତିଙ୍କୁ ଆବଶ୍ୟକ ଥିବା ଔଷଧ ବଣ୍ଟନ କରାଯାଇଥିଲା। ଏସ ଟି ଏସ ପ୍ରଭାତ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ଟିବି ଚମ୍ପିୟାନ ମୁନା ବେହେରା, ଟିବି ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ, ସ୍ଥାନୀୟ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିର ନିମନ୍ତେ ଗୁରୁବାର ଦିନ ପଦଯାତ୍ରା କରି ଲୋକଙ୍କୁ ସଚେତନ କରାଯାଇଥିଲା l


