ଓଡିଶା ବ୍ରାହ୍ମଣ ମହାସଂଘର ବନ୍ତ ବ୍ଲକ ଶାଖା ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଓଡିଶା ବ୍ରାହ୍ମଣ ମହାସଂଘର ବନ୍ତ ବ୍ଲକ ଶାଖା ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ସଭାପତି କାଶିନାଥ ପଣ୍ଡା, ତ୍ରିଲୋଚନ ପଣ୍ଡା, ଉପସଭାପତି ପତଞ୍ଜଳୀ କରଶର୍ମା, ସାଧାରଣ ସଂପାଦକ ବସନ୍ତ କୁମାର ଦୀକ୍ଷିତ୍, ରାଜ୍ୟ ସଂପାଦକ ଗୋପବନ୍ଧୁ ମିଶ୍ର, ସନ୍ତୋଷ କୁମାର କର ଯୋଗ ଦେଇ ବ୍ରାହ୍ମଣ ସମାଜର ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ଆଲୋଚନା କରିିବା ସହ ନୂତନ ବ୍ଲକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ସ୍ଥାୟୀ କମିଟି ଗଠନ ପର୍ଯ୍ୟନ୍ତ ସମଗ୍ର ବ୍ଲକକୁ ୩ ଜୋନ୍ରେ ବିଭକ୍ତ କରାଯାଇ ୨୦ ଜଣିଆ ଷ୍ଟିୟରିଂ କମିଟି ଗଠନ କରାଯାଇଥିଲା । ଏଥିରେ ପିତାମ୍ବର ପଣ୍ଡା, ମୂରଲୀ ପଣ୍ଡା, ଶରତ ଚନ୍ଦ୍ର ମିଶ୍ର, ଗଂଗାଧର ପଣ୍ଡା, ପଦ୍ମନାଭ ପାଣିଗ୍ରାହୀ, ଜୟକୃଷ୍ଣ ପଣ୍ଡା, ରବିନ୍ଦ୍ର ପଣ୍ଡା, ହୃଷିକେଶ ମିଶ୍ର, ନାରାୟଣ ଦାଶ, ବସନ୍ତ ମିଶ୍ର, ସୌରଭ କୁମାର ଦାଶ, ନାରାୟଣ ମିଶ୍ର, ଅଶୋକ ଦାଶ, ଜଗବନ୍ଧୁ ଶତପଥି, ବିଜୟ ପଣ୍ଡା, ଅରବିନ୍ଦ ଦାଶ, ମଦନମୋହନ ପାଢୀ, ଶ୍ରୀକାନ୍ତ ପଣ୍ଡା, ରମେଶ ପତି, ମଣି ଚରଣ ପାଢୀ, ଚିନ୍ତାମଣି ମିଶ୍ର, ହରେକୃଷ୍ଣ ପତିଙ୍କୁ ଚୟନ କରାଯାଇଥିଲା । ଏସମସ୍ତ ସଦସ୍ୟ ମାନେ ସମସ୍ତ ପଞ୍ଚାୟତ ଗ୍ରସ୍ତ କରି ବ୍ରାହ୍ମଣ ପରିବାର ଗୁଡିକ ଉପରେ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଥିଲା । ଅନ୍ୟ ରାଜ୍ୟ ଭଳି ଓଡିଶାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆର୍ଥିକ ଅନଗ୍ରସର ବ୍ରାହ୍ମଣ ମାନଙ୍କୁ ସରକାର ଇଡବ୍ଲ୍ୟୁଏସ୍ ଗ୍ରୁପ୍ରେ ସାମିଲ କରିବାକୁ ମହାସଂଘ ପକ୍ଷରୁ ଦାବୀ କରାଯାଇଥିଲା ।


