ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା କୂଅରୁ ଜୀବନ୍ତ ଉଦ୍ଧାର ହେଲା ବଳଦ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାଆନନ୍ଦ ନଗର ର ପଛପଟେ ଥିବା ଏକ କୂଅ ରେ ପଡ଼ିଥିବା ବଳଦ କୁ ଉଦ୍ଧାର କଲା ଟିକାବାଲି ଅଗ୍ନିଶମ ବିଭାଗ | ସୂଚନା ପ୍ରକାରେ  ଶନିବାର ସକାଳେ ପାଣିଙ୍ଗିଆ ଗ୍ରାମର ଲୋକେ ଗାଈଗୋଠ କୁ ଚରାଇବା ନିମନ୍ତେ ଆନନ୍ଦ ନଗର ଆଡେ ନେଇଥିବା ବେଳେ କଣ୍ଟା ବୁଦା ବେଷ୍ଠିତ ଚାଷ ପାଇଁ ଖୋଳା ଯାଇଥିବା ଏକ କୂଅ କୁ ଦେଖି ନ ପାରି ବଳଦ ଟି ପାଣି ଭରା କୁଅଁ ଭିତରେ ପଡିଯାଇଥିଲା | ପରେ ଗାଁ ଲୋକ ମାନେ ବଳଦକୁ ଉଦ୍ଧାର କରିବାକୁ ସକ୍ଷମ ନ ହେବା ପରେ ଟିକାବାଲି ଅଗ୍ନିଶମ ବିଭାଗକୁ ଫୋନ ଯୋଗେ ଡାକି ଥିଲେ | ଟିକାବାଲି ଅଗ୍ନିଶମ ବିଭାଗୀୟ ଅଧିକାରୀ  ଧବଳେଶ୍ୱର ପ୍ରଧାନ ଙ୍କ ନେତୃତ୍ୱ ରେ ଫାୟାର ମ୍ୟାନ ଶିଶିର କୁମାର କର, ଜଗନ୍ନାଥ ବିଶ୍ୱାଳ, ଫକୀର ମୋହନ ସେଠୀ, ଡ୍ରାଇଭର ସନ୍ତୋଷ କୁମାର ନାୟକ ଘଟଣା ସ୍ଥଳରେ ପହଂଚି ଦେଢ଼ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ବଳଦକୁ ସୁରକ୍ଷିତ ଭାବରେ ଜୀବନ୍ତ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ | ସେହି କୂଅରେ ପଡ଼ିଥିବା ବଳଦଟି ପାଣିଙ୍ଗିଆ ନିବାସୀ ଏକା ଦିଗାଳ ଙ୍କର ବୋଲି ଜଣା ପଡିଛି l ଅଗ୍ନିଶମ ବାହିନୀର ଏହି କାର୍ଯ୍ୟକୁ ପାଣିଙ୍ଗିଆ  ଗ୍ରାମବାସୀ ପ୍ରଂଶସା କରିଛନ୍ତି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ