ଶିକ୍ଷକ ଲକ୍ଷ୍ମୀନାରାୟଣଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର କାକଟ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ଓଡିଶା ଏକ୍ସପ୍ରେସର କାର୍ଯ୍ୟ ନିର୍ବାହୀ ସମ୍ପାଦକ ଅମ୍ବିକା ପ୍ରସାଦ ଦାସଙ୍କ ପିତା ଲକ୍ଷ୍ମୀନାରାୟଣ ଦାସଙ୍କର ୮୬ବର୍ଷ ବୟସରେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ । ସ୍ୱର୍ଗତ ଦାସ ଗୋପ ଏବଂ କାକଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ ଦାୟୀତ୍ୱ ନିର୍ବାହ କରି ଅବସର ନେଇଥିଲେ । ସେ କାକଟ ମଙ୍ଗଳା କ୍ଲବର ପୂର୍ବତନ ସଭାପତି ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ସହରରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ଦାସଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫେଡେରେସନର ଉପାଧ୍ୟକ୍ଷ ରଭିନ୍ଦର ଗୁପ୍ତା, ରାଜ୍ୟ ଖାଦ୍ୟ କମିସନ ସଦସ୍ୟ ଦିଗବିଜୟ ନାଥ ପାଢୀ, ଓୟୁଏଟି ପ୍ରଫେସର ଡଃ. ରାମଚନ୍ଦ୍ର ଦାଶ, ଜ୍ୟୋର୍ତିବିଦ ଡଃ. ପ୍ରଦିପ କୁମାର ଚୈାଧୁରୀ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଶୈଳେନ୍ଦ୍ର ନାରାୟଣ ଦାସ, ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ ପ୍ରମୁଖ ଗଭିର ଶୋକ ବ୍ୟକ୍ତ କରିଛନ୍ତି । ଭୁବନେଶ୍ୱରସ୍ଥିତ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଟପୁତ୍ର ଶାରଦା ପ୍ରସାଦ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ