ଶ୍ରୀ କ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଲା ପାଟବସ୍ତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପାରମ୍ପରିକ ପ୍ରଥା ଅନୁଯାୟୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ୩ଗୋଟି ପାଟବସ୍ତ୍ର କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ପାଇଁ ଆସିଛି । ଦେବୋତ୍ତର ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ଶନିବାର ଅପରାହ୍ନରେ ନୀଳ, ରକ୍ତ ଓ ହରିଦ୍ରା ରଙ୍ଗର ତିନୋଟି ପାଟବସ୍ତ୍ରକୁ ବଡଭାଇ ଶ୍ରୀବଳଦେବଜିଊ ମହାପ୍ରଭୁଙ୍କ ଉଦେଶ୍ୟରେ ଆସିଛି । ସେହି ପାଟବସ୍ତ୍ରକୁ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଆଣିଥିବା ଉପ ପ୍ରଶାସକ(ଅର୍ଥ) ସୁଧିର ରଞ୍ଜନ ବୋଷ, ସ୍ୱତନ୍ତ୍ର ଅଧିକାରୀ ସରୋଜ କୁମାର ରାୟ, ନାଜର ବିମଳ କୁମାର କାମିଲା, ଡି.ଇ.ଓ. ସତ୍ୟନାରାୟଣ ପାତ୍ର ପ୍ରମୁଖ କେନ୍ଦ୍ରାପଡାରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସନ୍ଧ୍ୟା ଆଳତୀ ପରେ ରୂପା ଥାଳିରେ ସେହି ପାଟବସ୍ତ୍ରକୁ ମନ୍ଦିର ସିଂହ ଦ୍ୱାର ନିକଟକୁ ଏକ ଶୋଭାଯାତ୍ରାରେ ନିଆଯାଇ ବଡପଣ୍ଡା ମାଧବ ପତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ସେହି ଶୋଭାଯାତ୍ରାରେ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ପରିଷଦର ଟ୍ରଷ୍ଟି ବଳରାମ ସୁଆର, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ରଞ୍ଜନ କୁମାର ପୃଷ୍ଟି,ମନ୍ଦିର ସୁପରଭାଇଜର ଟୁକୁ ପତ୍ରୀ, ମନ୍ଦିର ଗବେଷକ ସେବାୟତ ନିରଞ୍ଜନ ମେକାପ ପ୍ରମୁଖ ଉପସ୍ଥିତ ଥିଲେ । ପୈାରାଣିକ ମତରେ ଦ୍ୱାପର ଯୁଗରେ ପ୍ରଳମ୍ବାସୁର ବଦ୍ଧ ପରେ ଶ୍ରୀ କୃଷ୍ଣ ବଡଭାଇ ବଳରାମଙ୍କୁ ପାଟବସ୍ତ୍ର ପରିଧାନ କରିବାକୁ ଦେଇଥିଲେ । ଏହାକୁ ଆଧାରକରି ଏହି ପରମ୍ପରା ଦୀର୍ଘବର୍ଷ ଧରି ହୋଇଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ