ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ପୁଅଝିଅଙ୍କ ଶିକ୍ଷା , ସ୍ୱାସ୍ଥ୍ୟର ବିକାଶ କରିବା ଓ ସାମାଜିକ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରି ମୁଖ୍ୟ ସ୍ରୋତରେ ଆଣି ଅନ୍ୟ ମାନଙ୍କ ଭଳି ଜୀବନ ବଞ୍ଚିବା ପାଇଁ ଵ୍ୟଵସ୍ଥା କରାଯାଇଛି । ଏହି ସମସ୍ତ ସୁବିଧା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ପ୍ରଶାସନ ବିଭିନ୍ନ ସ୍ତରରେ ଯୋଗାଇ ଦେଇଆସୁଛି । ହେଲେ ବ୍ଳକରେ ପ୍ରଥମ କରି ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କରିଥିବା ଯୁବକଙ୍କୁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ ବିଭାଗ ପକ୍ଷରୁ ଅଢେଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେମାନେ ହେଲେ ଉକ୍ତ ବ୍ଳକର ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେରୁବାଡ଼ି ଗ୍ରାମର ପ୍ରମୋଦ କୁମାର ନାୟକ ଓ ଜେର୍ମିନାଙ୍କ ପୁଅ ସୁଶାନ୍ତ ନାୟକ ଉକ୍ତ ବ୍ଳକର ଗଦାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମର ସୁଦାମ ଉଠାଣସିଂ ଓ ଇଂରେଶାଙ୍କ ଭିନ୍ନକ୍ଷମ ଝିଅ ସସ୍ମିତା ଉଠାଣସିଂଙ୍କୁ ବିବାହ କରିଥିଲେ । ଏଥିପାଇଁ ସରକାରଙ୍କ ଯୋଜନା ପ୍ରକାରେ ସୁଶାନ୍ତ ନାୟକ ଓ ସସ୍ମିତା ଉଠାଣସିଂଙ୍କୁ ଆର୍ଥିକ ସହାୟତା ରାଶି ଅଢେଇ ଲକ୍ଷ ଟଙ୍କାର ଚେକ ବ୍ଳକ କାର୍ଯ୍ୟାଲୟରେ ବିଡିଓ ଗଦାଧର ପାତ୍ର ପ୍ରଦାନ କରିଛନ୍ତି । ଏହାଫଳରେ ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କରିବା ପାଇଁ ଯୁବକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇବ ବୋଲି ସାଧାରଣରେ ପ୍ରକାଶ ପାଇଛି । ଏହାକୁ ସଫଳ କରିବା ପାଇଁ ବ୍ଳକ ବିଏସଏସଓ କ୍ଷେତିଶ ପ୍ରିୟଦର୍ଶି ସାହୁ, ଭିନ୍ନକ୍ଷମ ସଂଗଠନ ଜିଲ୍ଲା ସଭାପତି ଅଜୟ ମୁଠାମାଝୀ, ସଂପାଦକ ବିପିନ ଦିଗାଲ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।